ପଣ୍ଡିତ ରାମକୃଷ୍ଣ ମହାପାତ୍ର ମେମୋରିଆଲ୍ କ୍ରିକେଟ୍ କପ୍ ଉଦ୍ଘାଟିତ

ଭୁବନେଶ୍ୱର,୨୯/୦୩/୨୦୨୬ (ଓଡ଼ିଶା ସମାଚାର)-ପଣ୍ଡିତ ରାମକୃଷ୍ଣ ମହାପାତ୍ର ମେମୋରିଆଲ ୧୭ ବର୍ଷରୁ କମ୍ କ୍ରିକେଟ ପ୍ରତିଯୋଗିତା ଶ୍ରୀ ଜୟଦେବ କ୍ରୀଡା ସଂଘ ଆନୁକୂଲ୍ୟରେ ପାଣ୍ଡରା ନିକଟସ୍ଥ ହାଇ ଟେକ୍ କଲେଜ ଖେଳ ପଡିଆରେ ଆରମ୍ଭ ହୋଇଛି । ଅତିଥି ଭାବରେ ଯୋଗଦେଇଥିବା ଶ୍ରୀମତୀ ବିଦୁସ୍ମିତା ମନ୍ତ୍ରୀ (ବିଜେପି ନେତ୍ରୀ ଓ ଓଡ଼ିଆ ସିନେମା ଅଭିନେତ୍ରୀ), ଗିରିଶ ମହାପାତ୍ର (କନିଷ୍ଠ ପୁତ୍ର, ସ୍ୱର୍ଗତ ପଣ୍ଡିତ ରାମକୃଷ୍ଣ ମହାପାତ୍ର), ବହ୍ଲବ୍ ଚରଣ ସାହୁ (ଉପସଭାପତି, ଜୟଦେବ କ୍ରୀଡା ସଂଘ) ପ୍ରମୁଖ ଏହି ପ୍ରତିଯୋଗିତାର ଉଦ୍ଘାଟନ କରିଥିଲେ ।
ପ୍ରଥମ ପ୍ରି କ୍ୱାର୍ଟର ଫାଇନାଲ ମ୍ୟାଚ୍ ରେ କ୍ଲବ୍ ଦି ରେଡ୍ ଷ୍ଟାର, ଶ୍ରୀ ଜୟଦେବ କ୍ରୀଡା ସଂଘକୁ ୪ୱିକେଟ୍ ରେ ପରାସ୍ତ କରିବାରେ ସଫଳ ହୋଇଛି । ଆଜିର ଏହି ମ୍ୟାଚ୍ ରେ ଶ୍ରୀ ଜୟଦେବ କ୍ରୀଡା ସଂଘ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତିି ନେଇଥିବା ବେଳେ ନିର୍ଦ୍ଧାରିତ ୧୬ ଓଭରରେ ୮ଟି ୱିକେଟ ହରାଇ ୯୫ ରନ୍ କରିଥିଲା । ଅପରପକ୍ଷେ କ୍ଲବ୍ ଦି ରେଡ ଷ୍ଟାର୍ ପକ୍ଷରୁ ବୋଲର ମୃତୁ୍ୟଞ୍ଜୟ ଦାସ୍ ୪ ଓଭରରେ ୧୬ ରନ୍ ବ୍ୟୟ କରି ୪ଟି ୱିକେଟ୍ ନେବାରେ ସଫଳ ହୋଇଥିଲେ । ତେବେ ୯୬ ରନ୍ ର ବିଜୟ ଲକ୍ଷ୍ୟ ସହ ପଡ଼ିଆକୁ ଓହ୍ଲାଇଥିବା ‘କ୍ଲବ୍ ଦି ରେଡ୍ ଷ୍ଟାର’ର ବ୍ୟାଟ୍ସମ୍ୟାନ୍ ମାନେ କିନ୍ତୁ ଜବରଦସ୍ତ ପ୍ରଦର୍ଶନ କରିଥିଲେ । କ୍ଲବ୍ ଦି ରେଡ୍ ଷ୍ଟାର ୧୬ତମ ଓଭରର ଶେଷ ବଲ ରେ ୬ ୱିକେଟ୍ ବିନିମୟ କରି ୯୬ ରନ ସଂଗ୍ରହ କରିବାରେ ସଫଳ ହୋଇଥିଲା ।

ଦଳ ପକ୍ଷରୁ ସର୍ବାଧିକ ଶ୍ରେୟଂଶ ବିଧାର ୩୪ବଲ୍ରୁ ୩୪ ରନ୍ ସଂଗ୍ରହ କରିଥିଲେ । ଶ୍ରେଷ୍ଠ ଖେଳାଳୀ ଭାବେ ମୃତୁ୍ୟଞ୍ଜୟ ଦାସଙ୍କୁ ପୂର୍ବତନ କ୍ରିକେଟ ଖେଳାଳୀ ଓ କୋଚ୍ ରାଧେଶ୍ୟାମ ନାୟକ ପୁରସ୍କୃତ କରିଥିଲେ । ସେହିପରି ଦ୍ୱିତୀୟ ପ୍ରି କ୍ୱାର୍ଟର ମ୍ୟାଚ୍ ରେ ସନ୍ ସାଇନ୍ ସ୍ପୋର୍ଟିଂକୁ ୫ ୱିକେଟ ରେ ପରାସ୍ତ କରିଛି ରାମେଶ୍ୱର ସ୍ପୋର୍ଟିଂ । ସନ୍ ସାଇନ୍ ସ୍ପୋର୍ଟିଂ, ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଏବଂ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୧୧୪ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ସର୍ବାଧିକ ଶୁଭଙ୍କର ସ୍ୱାଇଁ ୧୫ଟି ବଲରୁ ୨୭ ରନ୍ ସଂଗ୍ରହ
କରିଥିଲେ । ଜବାବରେ ରାମେଶ୍ୱର ସ୍ପୋର୍ଟିଂ ମାତ୍ର ୧୬.୩ ଓଭରରେ ୫ ୱିକେଟ୍ ହରାଇ ୧୧୬ ରନ ସଂଗ୍ରହ କରିନେଇଥିଲା । ଲିଓଲିନ ମେହେର ସର୍ବାଧିକ ୪୩ ବଲରେ ୫୬ ରନ୍ ସଂଗ୍ରହ କରିଥିଲେ । ରାମେଶ୍ୱର ସ୍ପୋର୍ଟିଂ ୫ ୱିକେଟ୍ ରେ ବିଜୟ ଲାଭ କରିବାରେ ସଫଳ ହୋଇଛି ।

ଶ୍ରେଷ୍ଠ ଖେଳାଳୀ ଭାବେ ଲିଓଲିନ ମେହେରଙ୍କୁ ପୂର୍ବତନ ରଣ୍ଜୀ ଖେଳାଳି ଦୀପକ ମଙ୍ଗରାଜ ପୁରସ୍କୃତ କରିଥିଲେ । ଶନିବାର ଖେଳାଯାଇଥିବା ଏହି ଦୁଇଟି ମ୍ୟାଚ୍ କୁ ଓସିଏ ଅମ୍ପାୟାର ପ୍ରଦୀପ ଜେନା ଓ ରଞ୍ଜିତ ମହାରଣା ପରିଚାଳନା କରିଥିଲେ, ଅଭିଷେକ ମହାନ୍ତି ସ୍କୋରର, ଚଣ୍ଡୀ ପ୍ରସନ୍ନ ମହାପାତ୍ର ମ୍ୟାଚ୍ ରେଫରି ଦାଇତ୍ୱ ତୁଲାଇ ଥିଲେ, ଶ୍ରୀ ଜୟଦେବ କ୍ରୀଡା ସଂଘର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *