ଭୁବନେଶ୍ୱର, ୧୯/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ, ଭୁବନେଶ୍ୱରଠାରେ ବିଶ୍ୱ ଶୌଚାଳୟ ଦିବସ-୨୦୨୪ ପାଳିତ ହୋଇଯାଇଛି । ନିର୍ଦ୍ଦେଶକ, ପାନୀୟଜଳ ଓ ପରିମଳ ଶ୍ରୀ ଭିନିତ ଭାରଦ୍ୱାଜ, ନିର୍ଦ୍ଦେଶକ, ସ୍ୱତନ୍ତ୍ର ପ୍ରକଳ୍ପ ଶ୍ରୀ ଜ୍ୟୋତିପ୍ରକାଶ ଦାସ, ନିର୍ଦ୍ଦେଶକ, ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ଶ୍ରୀ ସୁରେନ୍ଦ୍ର କୁମାର ମୀନାଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନେକ ହିତାଧିକାରୀଙ୍କୁ ବ୍ୟକ୍ତିଗତ ଘରୋଇ ଶୌଚଳୟ ନିର୍ମାଣ ପାଇଁ ଅନୁମତି ପତ୍ର ପ୍ରଦାନ ସହ ‘ସ୍ୱଚ୍ଛତା ହିଁ ସେବା-୨୦୨୪’ ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ସର୍ବଶ୍ରେଷ୍ଠ ସ୍ୱଚ୍ଛତା ଟାର୍ଗେଟ ୟୁନିଟ, ସ୍ୱଚ୍ଛତା ଶିବିର ଆୟୋଜନ, ବର୍ଜ୍ୟବସ୍ତୁରେ ତିଆରି କଳାତ୍ମକ ବସ୍ତୁର ପ୍ରଦର୍ଶନ (Demonstration of Waste to Art) ରେ ଶ୍ରେଷ୍ଠତା ପ୍ରତିପାଦନ କରିଥିବା ଜିଲ୍ଲାଗୁଡିକୁ ପୁରସ୍କୃତ କରାଯାଇଥିଲା ।
ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ, ଭୁବନେଶ୍ୱରଠାରେ ଆୟୋଜିତ ବିଶ୍ୱ ଶୌଚାଳୟ ଦିବସ-୨୦୨୪ କାର୍ଯ୍ୟକ୍ରମକୁ ନିର୍ଦ୍ଦେଶକ, ପାନୀୟଜଳ ଓ ପରିମଳ ଶ୍ରୀ ଭିନିତ ଭାରଦ୍ୱାଜ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ସେ ଗ୍ରାମୀଣ ପ୍ରେକ୍ଷାପଟରେ ଶୌଚାଳୟର ବ୍ୟବହାର କିଭଳି ଭାବରେ ସ୍ୱାସ୍ଥ୍ୟରକ୍ଷା କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଆଣିପାରିଛି, ତାହା ଆଲୋଚନା କରିଥିଲେ । ନିର୍ଦ୍ଦେଶକ, ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ଶ୍ରୀ ସୁରେନ୍ଦ୍ର କୁମାର ମୀନା ତାଙ୍କ ସମ୍ବୋଧନରେ ଶୌଚଳୟ କିଭଳି ଭାବରେ ବ୍ୟକ୍ତି ସମ୍ମାନର ଏକ ବଡ ପ୍ରତୀକ ହୋଇପାରିଛି ଓ ଶୌଚାଳୟ ବ୍ୟବହାର ଦ୍ୱାରା ପରିମଳ ବ୍ୟବସ୍ଥାରେ ଜନଭାଗୀଦାରି ବିଷୟରେ ଆଲୋଚନା କରିଥିଲେ । ନିର୍ଦ୍ଦେଶକ, ସ୍ୱତନ୍ତ୍ର ପ୍ରକଳ୍ପ ଶ୍ରୀ ଜ୍ୟୋତିପ୍ରକାଶ ଦାସ ଶୌଚାଳୟ ବ୍ୟବହାର କିଭଳି ଭାବରେ ସାମଗ୍ରିକ ବିକାଶର ଏକ ମାଧ୍ୟମ ହୋଇ ଏକ ସାମାଜିକ ଆନ୍ଦୋଳନର ରୂପ ହେଉଛି ସେ ବିଷୟରେ ମତପ୍ରକାଶ କରିଥିଲେ ।
ଏହି ଅବସରରେ ହିତାଧିକାରୀମାନଙ୍କୁ ବ୍ୟକ୍ତିଗତ ଘରୋଇ ଶୌଚଳୟ ନିର୍ମାଣ ପାଇଁ ଅନୁମତି ପତ୍ର ପ୍ରଦାନ ସହ ସ୍ୱଚ୍ଛତା ହିଁ ସେବା-୨୦୨୪ ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ସର୍ବଶ୍ରେଷ୍ଠ ସ୍ୱଚ୍ଛତା ଟାର୍ଗେଟ ୟୁନିଟ, ସ୍ୱଚ୍ଛତା ଶିବିର ଆୟୋଜନ, ବର୍ଜ୍ୟବସ୍ତୁରେ ତିଆରି କଳାତ୍ମକ ବସ୍ତୁର ପ୍ରଦର୍ଶନ (Demonstration of Waste to Art) ରେ ଶ୍ରେଷ୍ଠତା ପ୍ରତିପାଦନ କରିଥିବା ଜିଲ୍ଲାଗୁଡିକୁ ପୁରସ୍କୃତ କରାଯାଇଥିଲା ।
ସୂଚନା ଯୋଗ୍ୟଯେ ବିଶ୍ୱ ଶୌଚାଳୟ ଦିବସ-୨୦୨୪, ୧୯ ନଭେମ୍ବରଠାରୁ ୧୦ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ‘ମୋ ଶୌଚାଳୟ-ମୋ ସମ୍ମାନ’ ଶୀର୍ଷକ ଥିମ୍ ଆଧାରରେ ପାଳିତ ହେବ । ସୁନ୍ଦର ଶୌଚାଳୟ- ଉଜ୍ଜ୍ୱଳ ଜୀବନ ToiletsForDignity ସାରା ରାଜ୍ୟରେ ବହୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
-0-
ବିନାୟକ ମିଶ୍ର ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ