ଧର୍ମପ୍ରାଣା ମହିଳା ଙ୍କ ବିୟୋଗରେ ଶୋକ

 ନିଶ୍ଚିନ୍ତକୋଇଲି, ୨୪/୦୫/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )- କଳମିଶ୍ରି ପଞ୍ଚାୟତ ଅନ୍ତର୍ଗତ ଦାମୋଦରପୁର ଗ୍ରାମର ଧର୍ମପ୍ରଣା ମହିଳା ମାଳତୀଲତା ପାତ୍ର ଙ୍କର ପରଲୋକ ଘଟିଛି । ସେ ଅବସର ପ୍ରାପ୍ତ ପୋଷ୍ଟ ମାଷ୍ଟର ସ୍ବର୍ଗତ ରତ୍ନାକର ପାତ୍ର ଙ୍କର ଧର୍ମପତ୍ନୀ ଥିଲେ । ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ  । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ଚିତ୍ରୋତ୍ପଳା ନଦୀ ତଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ପୁତ୍ର ହରିହର ପାତ୍ର ମୁଖାଗ୍ନି ଦେଇଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ନାତୁଣୀ, ଝିଅ, ଜ୍ୱାଇଁ, ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ତାଙ୍କର ବିୟୋଗରେ ପରିବାର ଓ ଗ୍ରାମରେ ଶୋକ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *