ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକ ଙ୍କ ଜୟନ୍ତୀ ପାଳିତ

ଭୁବନ,୨୭/୦୩/୨୦୨୬ (ଓଡ଼ିଶା ସମାଚାର)- କାମାକ୍ଷାନଗର ର ପୂର୍ବତନ ବିଧାୟକ ତଥା ଓଡ଼ିଶାର ପ୍ରଥମ ବିଜେପି ବିଧାୟକ ସ୍ବର୍ଗତ ପ୍ରସନ୍ନ ପଟ୍ଟନାୟକ ଙ୍କ ୭୭ ତମ ଜୟନ୍ତୀ ଭୁବନ ଠାରେ ପାଳିତ ହୋଇଯାଇଛି । ପ୍ରସନ୍ନ ବାବୁ ଙ୍କ ଜୟନ୍ତୀ ଅବସରରେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ା ରମେଶ କୁମାର ସାହୁ ଙ୍କ ଉପସ୍ଥିତିରେ ରୋଗୀଙ୍କୁ ଫଳ ବଣ୍ଟନ କରାଯିବା ସହିତ ବାଟ ତାରିଣୀ ପୀଠ ରେ ସାମୁହିକ ଦୀପଦାନ କରାଯାଇଥିଲା ।

ପ୍ରସନ୍ନ ପଟ୍ଟନାୟକ ସ୍ମୃତି ପରିଷଦ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସର୍ବଶ୍ରୀ ବିନୟ ପଟ୍ଟନାୟକ ଙ୍କ ସମେତ ରାମକୃଷ୍ଣ ପୋଥାଳ,ଅନନ୍ତ ସାମଲ,ବୃନ୍ଦାବନ ପୃଷ୍ଟି,ରଙ୍ଗାଧର ସାହୁ, କୋଦଣ୍ଡ ରାଉତ,ମଳୟ ତ୍ରିପାଠୀ,ପୂର୍ଣ୍ଣଚନ୍ଦ୍ର ସାହୁ ଙ୍କ ସମେତ ପ୍ରସନ୍ନ ବାବୁ ଙ୍କ ବହୁ ଅନୁଗତ କର୍ମୀ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *