ଯାଜପୁର,୨୭/୦୪/୨୦୨୪ (ଓଡ଼ିଶା ସମାଚାର)-ଜିଲା ସଦର ମହକୁମାର ନରସିଂହ ଚୌଧୁରୀ ଅଟୋନମସ ମହାବିଦ୍ୟାଳୟରେ ଚଳିତ ଏକକାଳୀନ ଯାଜପୁର ଜିଲା ସାଧାରଣ ନିର୍ବାଚନ -୨୦୨୪ ବୁଥ୍ ଦାୟିତ୍ୱ ସଂପାଦନ କରିବା ନିମନ୍ତେ ଧର୍ମଶାଳା, ବଡଚଣା, ବରୀ ବ୍ଳ୍କରେ ଜୁନ୍ ୧ ତାରିଖ ମତଦାନ ଦିବସରେ ବୁଥ୍ କର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ ନିମନ୍ତେ ୧୬୦୦ ଫାଷ୍ଟ ପୁଲିଂ ଓ ପ୍ରିଜାଇଡିଂ ଅପିଂସରଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ୧୯ ଗୋଟି ପ୍ରଶସ୍ତ କକ୍ଷ ଓ ୩ ଗୋଟି ଗ୍ୟାଲେରୀ ମଧ୍ୟରେ ଆଜି ତୃତୀୟ ଦିବସ ପୂର୍ବାହ୍ନରେ ତାଲିମ ପ୍ରଦାନ କରାଯାଇଅଛି । ଏହି ତାଲିମ କାର୍ଯ୍ୟକ୍ରମକୁ ଜିଲାପାଳ ଏବଂ ଜିଲା ମାଜିଷ୍ଟ୍ରେଟ୍ ତଥା ଜିଲା ନିର୍ବାଚନ ଅଧିକାରୀ ଶ୍ରୀ ନିଖିଲ ପବନ କଲ୍ୟାଣ, ଅତିରିକ୍ତ ଜିଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲାପାଳ ଶ୍ରୀ ନବକ୍ରିଷ୍ଣ ଜେନା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲା ପରିଷଦ, ଯାଜପୁର ଶ୍ରୀ ଅଶୋକ କୁମାର ବେହୁରିଆ, ଉପ-ଜିଲାପାଳ ଶ୍ରୀ ଅଂଶୁମାନ ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ଡେପୁଟୀ କଲେକ୍ଟର, ନିର୍ବାଚନ ଶ୍ରୀ ରଶ୍ମି ରଂଜନ ମଲ୍ଳ୍ିକ, ଶାଶ୍ୱତୀ ସାଡୁଆଳ ଏବଂ ବି.ଡି.ଓ., ଯାଜପୁର ଶ୍ରୀ ସ୍ୱାଗତ ଦାସଙ୍କ ସଂଚାଳନରେ ଅନୁଷ୍ଠିତ ହୋଇଥିଲା । ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମାଷ୍ଟର ଟ୍ରେନର ଭାବେ ବିଡିଓ,
ଧର୍ମଶାଳା ଶ୍ରୀ ଦେବେନ୍ଦ୍ର ପ୍ରସାଦ ବଳ, ବିଡିଓ, ବଡଚଣା ଶ୍ରୀ ରବିନ୍ଦ୍ର କୁମାର ପ୍ରଧାନ, ବିଡିଓ, ବରୀ ଶ୍ରୀ ପଂଚାନନ ମଲ୍ଳିକ, ତହସିଲଦାର, ଧର୍ମଶାଳା, ଶ୍ରୀ ଶୁଭଙ୍କର ମହାନ୍ତି, ତହସିଲଦାର, ଦର୍ପଣ ଶ୍ରୀ ମାନସ କୁମାର ତ୍ରିପାଠୀ, ତହସିଲଦାର, ବରୀ ସାଇଶ୍ରୀ ଲୋକନାଥ ପ୍ରସାଦ ସେଠୀ, ଅତିରିକ୍ତ ତହସିଲଦାର, ଧର୍ମଶାଳା ଶ୍ରୀ ଭବେଶ ମାଝି, ଅତିରିକ୍ତ ତହସିଲଦାର, ବରୀ ଶ୍ରୀ କଲୋଳା ମିଶ୍ର, ଏବିଡିଓ, ବରୀ ଶ୍ରୀ ମହେଶ୍ୱର ସେଠୀ, ଏବିଡିଓ, ଧର୍ମଶାଳା ଶ୍ରୀ ଅସିତ୍ କୁମାର ପାତ୍ର, ଏବିଡିଓ, ବଡଚଣା ଶ୍ରୀ ରଂଜନ କୁମାର ବେହେରା ଙ୍କ ସମେତ ସଂପୃକ୍ତ ବ୍ଳକର ଏବିଇଓ, ସହକାରୀ ନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ମଙ୍ଗଳ ସଂପ୍ରସାରଣ ଅଧିକାରୀ, ଏପିଓ, ବିଏସଏସଓ, ଆର୍.ଆଇ., ପିଏ, ଏବଂ ଆରଏସ୍ ଙ୍କୁ ନେଇ ମାଷ୍ଟର ଟ୍ରେନର ଭାବେ ଯୋଗଦେଇ ୧୦୮୮ ପାଂଷ୍ଟ ପୁଲିଂ ଓ ପ୍ରିଜାଇଡିଂ ଅପିଂସର ଙ୍କୁ ରିଫ୍ରେସର ଟ୍ରେନିଂ ଏବଂ ୫୦୧ ଜଣ ନୂତନ ଭାବେ ନିଯୁକ୍ତି ପାଇଥିବା ଫାଷ୍ଟ ପୁଲିଂ ଓ ପ୍ରିଜାଇଡିଂ ଅଫିସର ଏବଂ ଗତ ୨୫ ଓ ୨୬ ତାରିଖରେ ଯେଊଁମାନେ ଟ୍ରେନିଂରେ ଅନୁପସ୍ଥିତ ଥିଲେ ସେମାନଙ୍କୁ ନେଇ ମୋଟ ୧୬୦୦ ଫାଷ୍ଟ ପୁଲିଂ ଓ ପ୍ରିଜାଇଡିଂ ଅଫିସର ବୁଥ୍ କାର୍ଯ୍ୟ ସଂପାଦନ ନିମିତ ୨୫ ଜଣ ମାଷ୍ଟର ଟ୍ରେନର ଅଧିକାରୀ ଆଜି ଶେଷ ପର୍ଯ୍ୟାୟରେ ତାଲିମ ପ୍ରଦାନ କରିଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମତଦାନ ଦିବସ ଦିନ ପର୍ଯ୍ୟାୟ କ୍ରମେ ସମସ୍ତ କାର୍ଯ୍ୟ ଓ ଦାୟିତ୍ୱବୋଧତାର ସହ ନିର୍ବାଚନ ଆଦର୍ଶ ଆଚରଣ ବିଧି ଅନୁଯାୟୀ ଭୋଟ କେନ୍ଦ୍ରରେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ଙ୍କ ଏଜେଣ୍ଟ ମାନଙ୍କ ଉପସ୍ଥିତିରେ ମକ୍ ପୋଲ କରିବା, ଷ୍ଟାଚୁ୍ୟଟାରୀ ଓ ନନ୍-ଷ୍ଟାଚୁ୍ୟଟାରୀ ସାମଗ୍ରୀ ଗୁଡିକର ବ୍ୟବହାର ଆଦି ସଂପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ପ୍ରଶିକ୍ଷଣ ଦିଆଯାଇଥିଲା ।
ପ୍ରତ୍ୟେକ ବୁଥ୍ର ୧୦୦ ମିଟର ଚର୍ତୁପାଶ୍ୱର୍ରେ କୌଣସି ପୋଷ୍ଟର ମାରିବା ତଥା ପ୍ରଚାରଜନିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରିବ ନାହିଁ ବୋଲି ମାଷ୍ଟର ଟ୍ରେନରମାନେ ପ୍ରିଜାଇଡିଂ ଓ ଫାଷ୍ଟ ପୁଲିଂ ଅଫିସର ମାନଙ୍କୁ ବୁଝାଇ ଥିଲେ । ବୁଥ୍ ର ମତଦାନ କକ୍ଷରେ ବାଲାଟ୍ ୟୁନିଟ୍ ରହୁଥିବା ସ୍ଥାନକୁ ବୁଥ୍ ନିମନ୍ତେ ନିଯୁକ୍ତି କର୍ମଚାରୀ, ଏଜେଣ୍ଟ ସମସ୍ତଙ୍କ ପାଇଁ ଗୋପନୀୟତା ବଜାୟ ରଖିବା ନିମନ୍ତେ ୩ ପାଶ୍ୱର୍ ଆବଦ୍ଧ କରିବା ଏବଂ ସେହି କକ୍ଷ ସଂଲଗ୍ନ ସମସ୍ତ ଝରକା, କବାଟ ବନ୍ଦ ରଖିବାକୁ ନିର୍ଦ୍ଧେଶ ଦିଆଯାଇଥିଲା । ମତଦାନ ସରିବା ପରେ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରିଜାଇଡିଂ ଅଫିସର ପ୍ରାର୍ଥୀ ମାନଙ୍କ ଏଜେଣ୍ଟ ସମ୍ମୁଖରେ ସେହି ବୁଥ୍ର ଇ.ଭି.ଏମ୍. କୁ ସିଲ୍ କରିବା, ମାର୍କଡ କପି ଅଫ୍ ଇଲେକ୍ଟୋରାଲ ରୋଲ ଏବଂ ଭୋଟର ସ୍ଳିପ୍ ଆଦି ଷ୍ଟାଚୁ୍ୟଟାରୀ ଓ ନନ୍-ଷ୍ଟାଚୁ୍ୟଟାରୀ ସାମଗ୍ରୀ ଗୁଡିକୁ ସିଲ୍ କରିବାକୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଉକ୍ତ ବୁଥ୍ ର ଇ.ଭି.ଏମ୍. ଓ ଜଉମୁଦ ପଦାର୍ଥ ଗୁଡିକୁ ସଂପୃକ୍ତ ନିର୍ବାଚନ ମଣ୍ଡଳୀର ଏନ୍.ସି. କଲେଜ ପରିସରରେ ଆର୍.ଓ. ଙ୍କ ପ୍ରାପ୍ତି କାଉଣ୍ଟରରେ ପ୍ରଦାନ କରିବାକୁ ନିର୍ଦ୍ଧେଶ ଦିଆଯାଇଥିଲା । ଭୋଟରମାନେ ଶାନ୍ତି ଶୃଙ୍ଖଳାର ସହ ଧାଡି ବାନ୍ଧି ନିର୍ଭିକ ଓ ନିରପେକ୍ଷ ଭାବେ ସାଧାରଣ ନିର୍ବାଚନ ପର୍ବରେ ସାମିଲ ହୋଇ ନିର୍ବାଚନ କମିଶନ ଙ୍କ ଆଦର୍ଶ ଆଚରଣ ବିଧି ପାଳନ କରି ଖୁସିରେ ମତଦାନ ସାବ୍ୟସ୍ତ କରିବାକୁ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେ୍ରଟ୍ ଶ୍ରୀ କଲ୍ୟାଣ ଆହ୍ୱାନ ଦେଇଛନ୍ତି ।
ଯାଜପୁର ଜିଲା ଏକକାଳୀନ ଲୋକସଭା ଏବଂ ବିଧାନସଭା ନିର୍ବାଚନ ବୁଥ୍ ଦାୟିତ୍ୱ ସଂପାଦନ ନିମନ୍ତେ ତୃତୀୟ ଦିବସ ତଥା ଶେଷ ପର୍ଯ୍ୟାୟରେ ୧୬୦୦ ପାଂଷ୍ଟ ପୁଲିଂ ଓ ପ୍ରିଜାଇଡିଂ ଅପିଂସରଙ୍କୁ ତାଲିମ ଦିଆଗଲା ।
