ଭୁବନେଶ୍ୱର,୨୧/୦୧/୨୦୨୪ (ଓଡ଼ିଶା ସମାଚାର)-ଭୁବନେଶ୍ୱର ଉପକଣ୍ଠ ଇଞ୍ଜଣା ଗ୍ରାମରେ ଗ୍ରାମମଙ୍ଗଳ ସମିତି ଓ ଓଡ଼ିଶୀ ସଂକୀର୍ତନ ବିକାଶ ପରିଷଦ ଆନୁକୂଲ୍ୟରେ ଦ୍ୱାଦଶ ବାର୍ଷିକ ଓଡ଼ିଶୀ ସଂକୀର୍ତନ ପ୍ରତିଯୋଗିତା ମୁଖ୍ୟ ଉଦ୍ୟୋକ୍ତା ଅର୍ଜୁନ ପରିଡ଼ାଙ୍କ ସଂଯୋଜନାରେ ଆଜି ମା’ ଦୁଲାଦେବୀଙ୍କ ପୀଠସ୍ଥଳୀରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ଏହି ପ୍ରତିଯୋଗିତାରେ ମେଳକ, ମୁଣ୍ଡମୁହାଁଣ, ଓଘରସୁଆଁ ଓ ଇଞ୍ଜଣା ସଂକୀର୍ତନ ମଣ୍ଡଳୀ କଳାକାରମାନେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଉତର ବିଧାୟକ ସୁଶାନ୍ତ କୁମାର ରାଉତ- ମୁଖ୍ୟ ଅତିଥି ଓ ଅତିଥି ଭାବେ ଶ୍ରୀ ଶ୍ରୀ ଲକ୍ଷେଶ୍ୱର ମହାଦେବ ଆଂଚଳିକ ଓଡ଼ିଶୀ ସଂକୀର୍ତନ ମହାମଣ୍ଡଳୀର ମହନ୍ତ ନଳିନୀ କୁମାର ସ୍ୱାଇଁ,
ଅଧିକାରୀ ବିଷ୍ଣୁଚରଣ ପରିଡ଼ା, ପ୍ରମୋଦ ବାରିକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର କର୍ତବ୍ୟରତ ଅଧିକାରୀ ଲକ୍ଷ୍ମୀଧର ବେହେରା, ହରିହର ଦାଶ, ଦୁର୍ଗାଚରଣ ମାର୍ଥା, ଶଙ୍କର ବେହେରା, ଗ୍ରାମ କମିଟି ସଭାପତି ପ୍ରଦୀପ କୁମାର ଦାସ, ପୂର୍ବତନ ସଭାପତି ଉଦ୍ଧବ ସାମଲ, ଇଞ୍ଜଣା ସରପଂଚ ହେମନ୍ତ କୁମାର ପରିଡ଼ା, ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ଗୁନିଆ ପଟ୍ଟନାୟକ, ସୁନାକର ପଟ୍ଟନାୟକ, ରମେଶ ଜେନା, ରବୀନ୍ଦ୍ର ଜେନାଙ୍କ ସମେତ ବହୁ ସଂକୀର୍ତନ କଳାକାର, ଶୁଭେଛୁ ଓ ଅଂଚଳବାସୀ ଯୋଗଦାନ କରିଥିଲେ । ପରିଶେଷରେ କୃତି କଳାକାରମାନଙ୍କୁ ଉତରୀୟ ମାନପତ୍ର ଓ ଉପଢୌକନ ଦେଇ ପୁରସ୍କୃତ କରାଯାଇଥିଲା । ବାବନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
ଇଞ୍ଜଣାରେ ଦ୍ୱାଦଶ ବାର୍ଷିକ ଓଡ଼ିଶୀ ସଂକୀର୍ତନ ପ୍ରତିଯୋଗିତା ଆୟୋଜିତ
