ରୋଟାରୀ କ୍ଳବ୍ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ର ପୁରସ୍କାର ଓ ଧନ୍ୟବାଦ କାର୍ଯ୍ୟକ୍ରମ

ରାଉରକେଲା, ୩୦/୦୬/୨୦୨୫ (ଓଡ଼ିଶା ସମାଚାର)-  ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ର ପୁରସ୍କାର ଏବଂ ଧନ୍ୟବାଦ ଅର୍ପଣ କାର୍ଯ୍ୟକ୍ରମ ଛେଣ୍ଡ ସ୍ଥିତ ମେଫେୟାର ହକି ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଛି। ଭାଇବ୍ରାଣ୍ଟ ର ସଭାପତି ରୋଟାରୀଆନ ପ୍ରଶାନ୍ତ ରଞ୍ଜନ ପାତ୍ର ଙ୍କ ସଭାପତିତ୍ବ, ସାଧାରଣ ସମ୍ପାଦକ ରୋଟାରୀଆନ ବସନ୍ତ କୁମାର ତନ୍ତୀ ଙ୍କ ଆବାହକତ୍ବ ଓ ରୋଟାରିଆନ ଗଣେଶ୍ୱର ପଟ୍ଟନାୟକ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପିଡିଜି ରୋଟାରୀଆନ ଫକିର ଚରଣ ମହାନ୍ତି, ସମ୍ମାନିତ ଅତିଥି ଭାବେ ଉପଦେଷ୍ଟା ରୋଟାରୀଆନ ଆଲାମ ସିଂ ରୂପ୍ରା ଓ ଏଡିଜି ରୋଟାରୀଆନ ଅର୍ଚ୍ଚନା ମହାନ୍ତି ପ୍ରମୁଖ ଯୋଗଦେଇ ଭାଇବ୍ରାଣ୍ଟ ର ବିଗତ ବର୍ଷର କାର୍ଯ୍ୟକ୍ରମ ଓ ସଭାପତି ଭାବେ ଶ୍ରୀ ପାତ୍ରଙ୍କ ଅନୁଷ୍ଠାନ ପ୍ରତି ପ୍ରତିବଦ୍ଧତା କୁ ପ୍ରଶଂସା କରିଥିଲେ।

ରୋଟାରୀଆନ ପାତ୍ର ବିଗତ ବର୍ଷର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ ସହ ଅନୁଷ୍ଠାନର ସମସ୍ତ ରୋଟାରୀଆନ ସହଯୋଗ ର ହାତ ବଢ଼ାଇ ଥିବାରୁ ସମସ୍ତ ଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ଅବସରରେ ଛାତ୍ର ପ୍ରଶାନ୍ତ ଝା ଙ୍କୁ ବିଦ୍ୟାଳୟ ଟପ୍ପର ପାଇଁ ସମ୍ମାନିତ କରାଯାଇଥିଲା। ସେହିପରି ଉପସ୍ଥିତ ସମସ୍ତ ରୋଟାରୀଆନ ସର୍ବଶ୍ରୀ ବିଘ୍ନେଶ ପତି, ନିରୁପମା ପତି, ଅନିତା ନାୟକ,ଡ଼ଃ ସଞ୍ଜୁକ୍ତା ପତି, ବିଜୟଲକ୍ଷ୍ମୀ ତ୍ରିପାଠୀ,କାଜଲ ପାଢ଼ୀ, ରୀନା ମହାପାତ୍ର, ପ୍ରଦ୍ୟୁମ୍ନ ବିଶ୍ବାଳ, ପିତାମ୍ବର ମହାନ୍ତି, ନିବେଦିତା ପଟ୍ଟନାୟକ,ପିପି ଡା ସୁବୋଧ କୁମାର ମେହେର, ଭଗବାନ ପାଢ଼ୀ, ଉଦୟ ସାହୁ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ସ୍ବତନ୍ତ୍ର ଅତିଥି ଭାବେ ହରପାଲ ରୂପ୍ରା,ଡ ଅଞ୍ଜନା ମୈତ୍ର ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଚିତ୍ତରଞ୍ଜନ ତ୍ରିପାଠୀ, ସ୍ବର୍ଣ୍ଣଲତା ତ୍ରିପାଠୀ, ସ୍ବସ୍ତିକ ତ୍ରିପାଠୀ, ଶର୍ମିଷ୍ଠା ତ୍ରିପାଠୀ, ଅପୂର୍ବା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ନୂଆ ଦାୟିତ୍ୱରେ ସଭାପତି ଅନୁପସ୍ଥିତ ଥିବାରୁ ଉପସଭାପତି ରୋଟାରୀଆନ ଡ ସଞ୍ଜୁକ୍ତା ପତି ଓ ଶେଷରେ ବିଦାୟୀ ସମ୍ପାଦକ ରୋଟାରୀଆନ ବସନ୍ତ କୁମାର ତନ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *