ଭୁବନେଶ୍ୱର,୨୫/୦୫/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆସନ୍ତା ୨୭ରେ ନୁହେଁ, ୨୮ରେ ଇଦ-ଉଲ-ଜୁହା ପାଇଁ ସରକାରୀ ଛୁଟି ଘୋଷଣା କରାଯାଇଛି। ଏନେଇ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ବିଜ୍ଞପ୍ତି ଅନୁସାରେ,୨୮ ତାରିଖରେ ସରକାରୀ କାର୍ୟ୍ୟାଳୟ, ମାଜିଷ୍ଟେରିଆଲ କୋର୍ଟ ବନ୍ଦ ରହିବ। ପୂର୍ବରୁ ସରକାରୀ ଛୁଟି ଲିଷ୍ଟ୍ରେ ୨୭ ତାରିଖରେ ଇଦ ଉଲ ଜୁହା ଉପଲକ୍ଷେ ସରକାରୀ ଛୁଟି ରହିଥିଲା। ୨୭ ତାରିଖରେ ସରକାରୀ କାର୍ୟ୍ୟାଳୟ, ମାଜିଷ୍ଟେରିଆଲ କୋର୍ଟ ଖୋଲା ରହିବ।
ଇଦ-ଉଲ-ଜୁହା ପାଇଁ ସରକାରୀ ଛୁଟି ୨୮ ତାରିଖରେ
