ଏମ୍ସ ଭୁବନେଶ୍ୱର ମେଡିକାଲ୍ ଟିମ୍ ଦ୍ଵାରା ନିରାକାରପୁରରେ ଏଡ଼ସ ସଚେତନତା କାର୍ଯକ୍ରମ

 ନିରାକାରପୁର, ୦୨/୧୨/୨୦୨୩ (ଓଡ଼ିଶା ସମାଚାର)- ଡିସେମ୍ବର ମାସ ୧ ତାରିଖ ବିଶ୍ବ ଏଡ଼ସ ଦିବସ। ଏହି ଉପଲକ୍ଷେ ଭୁବନେଶ୍ବରର ଏମ୍ସ କମ୍ୟୁନିଟି ମେଡ଼ିସିନ୍ ଏବଂ ଫାମିଲି ମେଡ଼ିସିନ୍ ବିଭାଗର ଆର.ଏଚ.ଟି.ସି,ଟାଙ୍ଗୀ ତରଫରୁ  ଖୋର୍ଦ୍ଧା ଜିଲ୍ଲା  ନିରାକାରପୁର ଠାରେ ଏକ ଏଡ଼ସ ସଚେତନତା କାର୍ଯକ୍ରମ କରାଯାଇଥିଲା। ନିରାକାରପୁର କ୍ଷେତ୍ରବାସୀ ବିଦ୍ୟାଳୟ ଠାରୁ ନିରାକାରପୁର ମାର୍କେଟ ପର୍ଯ୍ୟନ୍ତ ଏକ ସଚେତନ ପଦଯାତ୍ରା ସହିତ ମାର୍କେଟର ବସ ଷ୍ଟାଣ୍ଡ ଠାରେ ଏକ ପଥପ୍ରାନ୍ତ ନାଟକ ମାଧ୍ୟମରେ ଏଚ ଆଇ ଭି ଏବଂ ଏଡ଼ସ ରୋଗ ଉପରେ ସଚତନତା କାର୍ଯକ୍ରମ କରାଯାଇଥିଲା। କାର୍ଯକ୍ରମରେ ବ୍ଳୁ ୱିଲ ନର୍ସିଂ କଲେଜର ଛାତ୍ର ଛାତ୍ରୀ ସହଯୋଗ କରିଥିଲେ । ଏହି ଅବସରରେ କ୍ଷେତ୍ରବାସୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସ୍ନିଗ୍ଧା ଛୋଟରାୟ, ନିରାକାରପୁରର ସରପଞ୍ଚ କାଦମ୍ବିନୀ ବେହେରା ,ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *