ସାଲେପୁର ୨୪/୦୩/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )ଆଜି ହେଉଛି ବିଶ୍ୱ ଯକ୍ଷ୍ମା ଦିବସ। ଜନସାଧାରଣ ଏହି ରୋଗ ରୁ କିଭଳି ମୁକ୍ତି ପାଇବେ ଏବଂ ଏହି ରୋଗ କିଭଳି ମଣିଷକୁ ଆକ୍ରାନ୍ତ କରିବ ନାହିଁ,ଏଥିନେଇ ସଚେତନତା ଓ ସତର୍କତା ପାଇଁ ଆଜି ସାଧାରଣ ଲୋକଙ୍କୁ ସଚେତନ କରାଯାଇଥିଲା । ସେହିଭଳି କଟକ ଜିଲ୍ଲା ସାଲେପୁର ସ୍ଥିତ ବିଦ୍ୟା ନର୍ସିଂ ଆଣ୍ଡ ମେଡିକାଲ ସାଇନ୍ସ କଲେଜ ରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।
କିଭଳି ମାରାତ୍ମକ ଯକ୍ଷ୍ମା ରୋଗ ଠାରୁ ଜଣେ ମଣିଷ କିଭଳି ସୁରକ୍ଷାପାଇବ ଏବଂ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କୁ କିଭଳି ତ୍ୱରିତ ଆରୋଗ୍ୟ କରାଯିବ,ସେ ବାବଦରେ ଆଲୋଚନା ଏବଂ ସଚେତନତା ଶିବିର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ – ମାନସ ରଞ୍ଜନ ବେହେରା ଓ ଚେୟାରମ୍ୟାନ ୟସ୍ମିନ ସାହେବା ,ପରିଚାଳକ – ସାଗର ଦଳାଇ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ।
