ଯାଜପୁର ୨୨/୦୩/୨୦୨୬ (ଓଡ଼ିଶା ସମାଚାର)-ତା ୨୧. ୦୩. ୨୦୨୬ ଓ ୨୨.୦୩.୨୦୨୬ ରିଖରେ ଜିଲ୍ଲା ପରିବେଶ ସମିତି, ଯାଜପୁର ଆନୁକୂଲ୍ୟରେ ବରୁଣେଇ ବାଳିକା ଉଚ୍ଚ ବିଦ୍ୟାକୟ ଓ ଅଜାଣବନ ଶୋଭନୀୟ ଶିକ୍ଷାଶ୍ରମ, ମେଦୁଆକୂଳ ଠାରେ ବିଶ୍ୱ ଵନ ଦିବସ ଓ ବିଶ୍ୱ ଜଳ ଦିବସ ପାଳନ ହୋଇଯାଇଛି । ବନ ଦିବସ ପାଳନ ଉପଲକ୍ଷେ ଆୟୋଜିତ ଆଲୋଚନା ଚକ୍ରକୁ ବ୍ଲକ ଶିକ୍ଷା ଅଧିକାରୀ ସତ୍ୟବ୍ରତ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦ୍ଘାଟନ କରିଥିବା ବେଳେ ଜଳଦିବସ ପାଳନ ଉପଲକ୍ଷେ ଆୟୋଜିତ ଆଲୋଚନା ଚକ୍ରକୁ ପ୍ରାକ୍ତନ ସି. ଆର. ସି. ସି ମକରଧ୍ଵଜ ସାହୁ ଉଦ୍ଘାଟନ କରିଥିଲେ ।
ସମ୍ପାଦକ ଡଃ ଶରତ କୁମାର ସାହୁ ବନ ଦିବସ ଓ ଜଳ ଦିବସ ପାଳନ ଉପଲକ୍ଷେ ଆୟୋଜିତ ଆଲୋଚନା ଚକ୍ର ବିଷୟ ବସ୍ତୁ ଯଥାକ୍ରମେ ” ଜଙ୍ଗଲ ଓ ଆମର ଅର୍ଥନୀତି “, ଜଳ ଏବଂ ଳିଙ୍ଗ ଗତ ସମାନତା “ର ଆବଶ୍ୟକତା, ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ଉଭୟ ଦିବସର ପ୍ରାତଃ କାଳରେ ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ଇକୋ କ୍ଲବ ଛାତ୍ର ଛାତ୍ରୀମାନେ ସଚେତନତା ପଦଯାତ୍ରାରେ ଯୋଗ ଦେଇ ସ୍ଥାନୀୟ ଅଂଚଳରେ ପରିବେଶ ସଚେତନତା ସୃଷ୍ଟି କରିଥିଲେ । ଉଭୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯଥାକ୍ରମେ ଶ୍ରୀ ସନ୍ତୋଷ କୁମାର ମିଶ୍ର ଓ ଶ୍ରୀ ସୌଭାଗ୍ୟ କୁମାର ଜେନା ସଭା ପରିଚାଳନା କରିଥିଲେ ।
ବନ ଦିବସରେ ରିଜିଓନାଲ କଲେଜ, ରାମବାଗର ଅଧ୍ୟକ୍ଷ, ପ୍ରାଧ୍ୟାପଜ ଡଃ ଶାନ୍ତନୁ କୁମାର ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କିପରି ଜଙ୍ଗଲ ଭାରତୀୟ ଅର୍ଥନୀତିକୁ ପ୍ରଭାବିତ କରେ ତାହା ବର୍ଣ୍ଣନା କରିଥିଲେ । ଜଳ ଦିବସରେ ପ୍ରାକ୍ତନ ସାମାଜିକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଭାସ କୁମାର ଦାଶ ମୁଖ୍ୟ ବକ୍ତା ରୂପେ ଯୋଗଦେଇ ଆଗାମୀ ପିଢ଼ି ପାଇଁ କିପରି ଜଳ ସଂରକ୍ଷଣ ଓ ପ୍ରଦୂଷଣ ନିୟନ୍ତ୍ରଣ କରାଯାଇ ପାରିବ ଓ ଏଥିରେ ମହିଳା ମାନଙ୍କ ଭାଗିଦାରି ସମ୍ବନ୍ଧରେ ଆଲୋକପାତ କରିଥିଲେ । ବନଦିବସରେ ସ୍ଥାନୀୟ ସରପଞ୍ଚ କଳ୍ପନା ବେହେରା, ଓଷ୍ଟ। ସଭାପତି ଜଗନ୍ନାଥ ବେହେରା, ଓଷ୍ଟ। ଉପଦେଷ୍ଟା, ଯାଜପୁରର ସୁବାଶ ଚନ୍ଦ୍ର ପ୍ରଧାନ, ଓଡ଼ିଆ ପ୍ରାକ୍ତନ ପ୍ରାଧ୍ୟାପଜ ଦିଲ୍ଲିପ କୁମାର ପ୍ରଧାନ ସମ୍ନାନୀତ ଅତିଥିରୂପେ ଯୋଗ ଦେଇ ଆଲୋଚନା ଚକ୍ରରେ ଭାଗ ନେଇଥିଲେ ।
ଜଳଦିବସ ପାଳନରେ ଶ୍ରୀଯୁକ୍ତ କର୍ଣ୍ଣ ଚରଣ ଘଡାଇ, ମୁଖ୍ୟ ପ୍ରଶିକ୍ଷକ ପ୍ରକୃତି ବନ୍ଧୁ ବିଷ୍ଣୁ ଚରଣ ସାହୁ, ପ୍ରକୃତି ବନ୍ଧୁ ଦେବେନ୍ଦ୍ର କୁମାର ନାୟକ, ଅଭିରାମ ମଲ୍ଲ, ଦୁଃଶାସନ ବେହେରା, ଦିଲ୍ଲୀପ କୁମାର ଦାଶ, ନଟବର ଜେନା ସଂଗୀତ ଗୁରୁ ଗୋପୀନାଥ ଦାଶ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ । ବନ ଦିବସରେ ଦେବେନ୍ଦ୍ର ନାୟକ, ଧ୍ରୁବ ଚରଣ ସାହୁଙ୍କୁ ଉଲ୍ଲେଖନୀୟ ପରିବେଶ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଥିଲା । ଉଭୟ ଦିବସ ପାଳନ ଅବସରରେ ଆୟୋଜିତ ପ୍ରବନ୍ଧ, ଚିତ୍ରାଙ୍କନ ଓ ତର୍କ ପ୍ରତିଯୋଗୀତlର କୃତି ପ୍ରତିଯୋଗୀମାନେ ଅତିଥି ମାନଙ୍କଠାରୁ ପ୍ରମାଣପତ୍ର ଓ ଟ୍ରଫି ଗ୍ରହଣ କରିଥିଲେ । ବନ ଦିବସରେ ବିଂଝାରପୁର ଓଷ୍ଟlର ଉପସଭାପତି ମୀନକେତନ ପୁହାଣ ଧନ୍ୟବାଦ ଅର୍ପଣ କରିଥିଲେ ।
ବନଦିବସରେ ପ୍ରମୋଦ କୁମାର ବେହୁରିଆ, ମାଧବ ଚନ୍ଦ୍ର ଧଳ , ଉତ୍କଳ ବାରିକ ଓ ସୌଦାମିନୀ ରାଉତ ସାହାଯୋଗ କରିଥିଲେ । ଜଳଦିବସରେ ମିହିର କୁମାର ଜେନା ଧନ୍ୟ ବାଦ ଅର୍ପଣ କରିଥିଲା ବେଳେ ଦୁର୍ଯ୍ୟୋଧନ ଜେନା, ଦୁର୍ଯ୍ୟୋଧନ ଓଝା, ଉମାକାନ୍ତ ଦାଶ ଓ ଅରୁଣ କୁମାର ଜେନା ସହଯୋଗ କରିଥିଲେ । ଉଭୟ ବିଦ୍ୟାଳୟର ଇକୋ କ୍ଲଵ ଛାତ୍ରୀମାନେ ଉଦ୍ଘାଟନୀ ସଂଗୀତ ପରିବେଷଣ କରିଥିଲେ । ଉଭୟ ବିଦ୍ୟାଳୟର ନିକଟତମ ଇକୋ କ୍ଲଵ ବିଦ୍ୟାଳୟରୁ ବହୁ ଇକୋ କ୍ଲଵ ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ । ଉଭୟ ବିଦ୍ୟାଳର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ଉକ୍ତ ପରିବେଶ ଦିବସ ପାଳନରେ ସହଯୋଗ କରିଥିଲେ ।
