ଆଇନ ସଚେତନତା କାର୍ଯ୍ୟକ୍ରମ

ଜଗତସିଂହପୁର, ୨୧/୦୩/୨୦୨୬ (ଓଡ଼ିଶା ସମାଚାର)- ଜଗତସିଂହପୁର  ଜିଲ୍ଲା ଓ ଦୌରାଜଜ୍  ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ କଣ୍ଟାବଲ୍ଲଭପୁର ବାଳିକା ଉଚ୍ଚ ବିଦ୍ୟାଳୟ ଶ୍ରେଣୀ କକ୍ଷରେ ଆଇନ ସେବା ପ୍ରାଧିକରଣ ଦ୍ୱାରା ବାଲ୍ୟ ବିବାହ ଦୂର କରିବା ଉଦ୍ଦେଶ୍ୟରେ NALSA ର ASHA ସ୍କିମ୍ ୨୦୨୫ ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି  । ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ  ଅତିଥି ପରିଚୟ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ  ।

ସି .ଜେ.ଏମ୍ ନିଳୀମା ପଣ୍ଡା ଅଧ୍ୟକ୍ଷତା କରିବା ସହିତ ନିଜର ଅଭିଭାଷଣ ରଖି ଆଇନ୍ ସେବା ପ୍ରାଧିକରଣ କେଉଁ ସୋପାନରେ  କାର୍ଯ୍ୟକରେ ଏବଂ କିଭଳି ଆଇନ ସେବା ପ୍ରାଧିକରଣ ଦ୍ୱାରା ଜଣେ ସାଧାରଣ ଜନତା ଉପକୃତ ହୋଇପାରିବେ ସେ ବିଷୟରେ ଆଲୋକପାତ କରିଥିଲେ ଏବଂ ସମ୍ବିଧାନର କାର୍ଯ୍ୟ ପ୍ରଣାଳୀ ବିଷୟରେ ସମ୍ୟକ୍ ସୂଚନା ଦେବା ସହ ନାଗରିକ ମାନଙ୍କର ମୌଳିକ ଅଧିକାର ଓ କର୍ତ୍ତବ୍ୟ ବିଷୟରେ ବିଶଦ ଆଲୋଚନା କରିଥିଲେ।

ଆଇନ ସେବା ପ୍ରାଧିକରଣର ସଚିବ ବି.ଡ଼ି.ଡ଼ି ଚନ୍ଦନା ବାଲ୍ୟବିବାହ ନିରୋଧ ଆଇନ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ, ଏହି ଆଇନ୧୯୨୯ରେ ଆରମ୍ଭ ହୋଇ ବିଭିନ୍ନ ସମୟରେ ଯେପରି ୨୦୦୬ ରେ ସଂଶୋଧନ ହୋଇ କିପରି ଜନ ଉପୋଯୋଗି ହୋଇପାରିଛି ସେ ବିଷୟରେ ଅବଗତ କରାଇଥିଲେ ଏବଂ ବିଦ୍ୟାଳର ଶିକ୍ଷକ, କର୍ମଚାରୀ ଓ ଛାତ୍ରୀମାନେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ  ।  ପରିଶେଷରେ  ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଶ୍ମିତା ମିଶ୍ର ନିଜର ଅଭିଭାଷଣ ରଖିବା ସହିତ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମର ଉଦଯାପନ କରାଯାଇଥିଲା।

 

Leave a Reply

Your email address will not be published. Required fields are marked *