ଶହୀଦଙ୍କ ଭବ୍ୟ ପ୍ରତିମୂର୍ତି ରାଜଧାନୀରେ ପ୍ରତିଷ୍ଠା ହେବ-ବାଚସ୍ପତି
ଭୁବନେଶ୍ୱର,୦୪/୦୪/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ରଣପୁର ପ୍ରଜା ଆନ୍ଦୋଳନରେ ଶହୀଦ ହୋଇଥିବା ଯୁବ ଅମ୍ଲାନ କବି, ବିପ୍ଲବୀ, ମହାନ୍ ବ୍ୟକ୍ତିତ୍ୱର ଅଧିକାରୀ ଶହୀଦ ରଘୁ-ଦିବାକରଙ୍କ ୮୫ତମ ବଳିଦାନ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଭୁବନେଶ୍ୱର ୟୁନିଟ୍-୯ସ୍ଥିତ ରଘୁ-ଦିବାକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ବିଧାନସଭାର ମାନନୀୟା ବାଚସ୍ପତି ଶ୍ରୀମତୀ ସୁରମା ପାଢୀ, ବିଶିଷ୍ଟ ଅତିଥି ତଥା ସଂଯୋଜକ ଭାବରେ ବରିଷ୍ଠ ସାମ୍ବାଦିକ ତଥା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦୁ୍ୟମ୍ନ ଶତପଥୀ, ସଂଗଠନର ସାଧାରଣ ସମ୍ପାଦକ ବ୍ରଜବନ୍ଧୁ ପରିଡ଼ା, ପୂଜ୍ୟପୂଜା ପ୍ରାଣ ଲକ୍ଷ୍ମୀଧର ବେହେରା, ସମ୍ମାନିତ ଅତିଥି ଭାବରେ ସରକାରଙ୍କ ଅଧିକାରୀ ସୁଚେତା ପ୍ରିୟଦର୍ଶିନୀ, ବିଭୂତି ଭୂଷଣ ନାୟକ ପ୍ରମୁଖ ଉପସ୍ଥିତ ରହିବା ସହ ଶହୀଦଙ୍କ ଦେଶ ମାତୃକା ପ୍ରତି ଥିବା ସମର୍ପିତ ପ୍ରାଣ, ନିଷ୍ଠା ତଥା ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ । ମାନନୀୟା ବାଚସ୍ପତି ଶ୍ରୀମତୀ ପାଢୀ ତତ୍କାଳୀନ ରାଜାଙ୍କ ଅତ୍ୟାଚାର ବିରୁଦ୍ଧରେ ଶହଦୀ ରଘୁ-ଦିବାକରଙ୍କ ସଂଗ୍ରାମ ଆଜିବି ସ୍ୱତନ୍ତ୍ର ଭାବରେ ସମସ୍ତଙ୍କ ହୃଦୟରେ ରହିଛି ବୋଲି ମତବ୍ୟକ୍ତ କରିଥିଲେ ।
ପ୍ରଦୁ୍ୟମ୍ନ ବାବୁ ରାଜଧାନୀରେ ଶହୀଦଙ୍କ ଭବ୍ୟ ପ୍ରତିମୂର୍ତି ପ୍ରତିଷ୍ଠା କରିବାକୁ ସରକାର ଓ ମାନନୀୟା ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ । ରାଜଧାନୀରେ ଶହୀଦଙ୍କ ଭବ୍ୟ ପ୍ରତିମୂର୍ତି ପ୍ରତିଷ୍ଠା ପାଇଁ ବାଚସ୍ପତି ଦୃଢ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ ପାଇକଗୁରୁ କବିରାଜ ପ୍ରଧାନ, ସାମ୍ବାଦିକ ବିଜ୍ଞାନ କୁମାର ବିଶ୍ୱାଳଙ୍କୁ ଶହୀଦ ରଘୁ-ଦିବାକର ସ୍ମୃତି ସମ୍ମାନ-୨୦୨୫ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ରମେଶ ପାତାଳ ସିଂ, ଗିରିଜା ମହାପାତ୍ର, ନାରାୟଣ ଖୁଂଟିଆ, କବି ରାମଚନ୍ଦ୍ର ଦାଶ, ରାଧାମୋହନ ମହାପାତ୍ର, ମନୋରଞ୍ଜନ ମହାନ୍ତି, ସୀତାଂଶୁ ଶେଖର ମହାରଣା, କଣ୍ଡୁରୀ ଚରଣ ଦାସ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ଅଭିଯାନର ମୁଖପାତ୍ର ଅରବିନ୍ଦ ତି୍ରପାଠୀ ଧନ୍ୟବାଦ ଅର୍ପଣ କରି ଥିଲେ ।