ଭୁବନେଶ୍ୱର,୨୧/୦୩/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ୬ଜଣ ବିଜେଡି ବିଧାୟକ ଙ୍କୁ ବିଜେଡି ଦଳରୁ ନିଲମ୍ବନ କରାଯାଇଛି। ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସେମାନଙ୍କୁ ନିଲମ୍ବନ କରିଛନ୍ତି।

ଶନିବାର ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ କରିଥିବା ୬ ଜଣ ବିଜେଡ଼ି ବିଧାୟକଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ବିଧାୟକ ଚକ୍ରମଣି କହଁର, ନବକିଶୋର ମଲ୍ଲିକ, ସୌଭିକ ବିଶ୍ୱାଳ, ସୁଭାଷିନୀ ଜେନା, ରମାକାନ୍ତ ଭୋଇ ଓ ଦେବୀରଞ୍ଜନ ତ୍ରିପାଠୀଙ୍କୁ ନିଲମ୍ବନ କରାଯାଇଛି। ଦଳବିରୋଧୀ କାର୍ଯ୍ୟକଳାପ ଓ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କାରଣରୁ ସେମାନଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି। ଗତ ୧୭ତାରିଖରେ ଦଳର ୬ଜଣ ବିଧାୟକଙ୍କୁ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ନୋଟିସ ଜାରି କରିଥିଲେ।ଏନେଇ ସେମାନଙ୍କୁ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଦେଇଥିବା ଚିଠିର ଉତ୍ତରକୁ ମଧ୍ୟ ତର୍ଜମା କରାଯାଇଥିବା ଉଲେଖ ହୋଇଛି। ଗତକାଲି ମୁଖ୍ୟ ସଚେତକଙ୍କ କାରଣ ଦର୍ଶାଅ ନୋଟିସର ଜବାବ ଦେଇଛନ୍ତି।
