କଟକ ସଦର ,୧୬/୮/୨୦୨୪ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଵାଲିସୁକ୍ରି ଠାରେ ଥିବା ସରକାରୀ ମୁକ୍ତେଶ୍ଵର ପ୍ରାଥମିକ ବିଦ୍ୟାଳୟରେ ବାଲ୍ୟ ଶିକ୍ଷା ସମାପନ (ପ୍ରଥମ ରୁ ପଞ୍ଚମ) କରିଥିବା କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଆଜି ଶୁକ୍ରବାର ଦିନ ଅଚାନକ ପରିଦର୍ଶନ କରି ବିଦ୍ୟାଳୟର ଅଭାବ ଅସୁବିଧା ସମ୍ପର୍କରେ ଅବଗତ ହୋଇଥିଲେ।
ବିଦ୍ୟାଳୟରେ ଉପସ୍ଥାନ କମ୍ ହୋଇଥିବା ଜାଣିବା ପରେ ଅସନ୍ତୋଷ ପ୍ରକାଶ କରିବା ସହିତ ଏ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହିତ ଆଲୋଚନା କରିବେ ବୋଲି କହିଥିଲେ। ଯଦି ବିଧାୟକ ପଢୁଥିବା ବିଦ୍ୟାଳୟର ଅଵସ୍ଥା ଏହିପରି ତେବେ ସଦର ନିର୍ବାଚନ ମଣ୍ଡଳୀରେ ଥିବା ବିଦ୍ୟାଳୟର ଅଵସ୍ଥା କ’ଣ ନହୋଇଥିଵ ସାମ୍ବାଦିକ ମାନଙ୍କ ପ୍ରଶ୍ନରେ ବିଧାୟକ ଇଂ ସେଠୀ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି କହିଥିଲେ।
