ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

ଯାଜପୁର ୩୧/୦୧/୨୦୨୪ (ଓଡ଼ିଶା ସମାଚାର)- ବୁଧବାର ଜିଲା ଓ ଦୌରାଜଜ୍ ତଥା ଜିଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷା ଡ.ଜୀବନଜ୍ୟୋତି ରଥ ଙ୍କ ନିର୍ଦ୍ଧେଶକ୍ରମେ ଏକ ଆଇନ ସଚେତନତା ଶିବିର ନରସିଂହ ଚୌଧରୀ ସ୍ୱଂୟ ଶାସିତ ମହାବିଦ୍ୟାଳୟ, ଯାଜପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଜିଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତୀ ଜ୍ୟୋତିର୍ମୟୀ ଦାସ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲାର ଫ୍ୟାମିଲି ଜଜ୍ ଶ୍ରୀଯୁକ୍ତ ଗୁଣ୍ଡିଚା ସାମନ୍ତସିଂହାର ଯୋଗ ଦେଇ ମହାବିଦ୍ୟାଳୟରେ ପଢୁଥିବା ଛାତ୍ର/ଛାତ୍ରୀମାନଙ୍କୁ ମଧ୍ୟସ୍ଥତା ମାଧ୍ୟମରେ କିପରି ମକଦ୍ଧମା ଗୁଡ଼ିକୁ ସମାଧାନ କରାଯାଇ ପାରିବ ସେହି ବିଷୟରେ କହିଥିଲେ । ଯାଜପୁର ଜିଲା ମୁଖ୍ୟ ବିଚାର ବିଭାଗୀୟ ବିଚାରପତି, ଶ୍ରୀଯୁକ୍ତ ହୃଷିକେଶ ସାହୁ ସାମ୍ବିଧାନିକ ଅଧିକାର ଓ କର୍ତବ୍ୟ ବିଷୟରେ କହିଥିଲେ ଏବଂ ବରିଷ୍ଟ ଦେୱାନୀ ବିଚାରପତି, ଯାଜପୁର ଶ୍ରୀଯୁକ୍ତ ସତ୍ୟାପ୍ରକାଶ ରାୟ ଚୌଧରୀ ଇ-ଫାଇଲିଂ ତଥା ଭିଡ଼ିଓ କନଫେରନସିଂ ରୁଲସ୍ ବିଷୟରେ କହିଥିଲେ । ଅନ୍ୟ ମାନଙ୍କର ମଧ୍ୟରେ, ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼.ବିଷ୍ଣୁ ଚରଣ ଦାଶ ଓ ଅଧ୍ୟାପକ ଶ୍ରୀମତୀ ଶ୍ରଦ୍ଧାଂଜଳି ସାହୁ ଯୋଗ ଦେଇ ଆଇନର ବିଭିନ୍ନ ଦିଗ ବିଷୟରେ ଆଲୋକପାତ କରିଥିଲେ । ଶେଷରେ ଜିଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତୀ ଜ୍ୟୋତିର୍ମୟୀ ଦାସ ଧନ୍ୟବାଦ ଅର୍ପଣ କରିଥିବାବେଳେ ଜିଲା ଆଇନ ସେବା ପ୍ରାଧିକରଣର କର୍ମଚାରୀଗଣ ସହଯୋଗ କରିଥିଲେ । ଏହି ସଚେତନତା ଶିବିରରେ ମହାବିଦ୍ୟାଳୟର ଅଧ୍ୟାପକ/ଅଧ୍ୟାପିକ ମାନଙ୍କ ସହ ବହୁ ସଂଖ୍ୟାରେ ଛାତ୍ର/ଛାତୀ୍ର ମାନେ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *