କେନ୍ଦ୍ରାପଡ଼ା, ୩୦/୦୪/୨୦୨୬ (ଓଡ଼ିଶା ସମାଚାର)-ଦୀର୍ଘ ଏକଶହ ବର୍ଷରୁ ଅଧିକ ହେବ ବିଶ୍ୱଶାନ୍ତି ନିମନ୍ତେ ଅଂଚଳବାସୀ କରୁଛନ୍ତି ଯଜ୍ଞ । କେନ୍ଦ୍ରାପଡା ଜିଲାର ଡେରାବିଶ୍ ବ୍ଲକ ଅଧିନ ଗୋଲରାହାଟ, ବାଲିଆ ଓ ଲକ୍ଷ୍ମୀନାରାୟଣପୁର ଭଳି ତିନୋଟି ପଂଚାୟତର ଜନସାଧାରଣଙ୍କ ସହଯୋଗରେ ଏହି ଯଜ୍ଞ କାର୍ଯ୍ୟ ସମ୍ପାଦିତ ହୋଇ ଆସୁଅଛି । ଅକ୍ଷୟ ତୃତୀୟା ଠାରୁ ଡେରାବିଶ ଥାନା ଠାରୁ ମାତ୍ର ଅଳ୍ପ କେଇମିଟର ଦୂରରେ ଥିବା ମାଣିଖଣ୍ଡି ମହାପୁରୁଷଙ୍କ ପୀଠରେ ଏହି ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଆସୁଛି ।
ଏଠାକାର ବିଶେଷତ୍ୱ ହେଉଛି ମହାପୁରୁଷ ଲଗାଇଥିବା ଏକ ବୃକ୍ଷ ଯାହାକି ଆଜକୁ ଦୀର୍ଘବର୍ଷ ଧରି ଏଠାରେ ପୂଜା ପାଇ ଆସୁଛି । ମହାପୁରୁଷଙ୍କ ନାମ ଅଂଚଳର କୌଣସି ବୁଦ୍ଧିଜୀବି କିମ୍ବା ଗବେଷକଙ୍କୁ ଜଣା ନଥିବା ବେଳେ ବାପା ଅଜାଙ୍କ ସମୟରୁ ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ସମ ସାମୟିକ ବୋଲି କହିଛନ୍ତି ଯଜ୍ଞ କମିଟି ସଭାପତି ବନମାଳୀ ଦୁବେ । ଏହି ମହାପୁରୁଷଙ୍କ ନିକଟରେ ସିଦ୍ଧ ଶ୍ରୀଧର ମହାରାଜ ବର୍ଷ ତମାମ ପ୍ରତ୍ୟହ ପୂଜାନୀତି ସମ୍ପାଦନ କରି ଆସୁଥିବା ବେଳେ ପୂଜକ ଭାବେ ପ୍ରମୋଦ ମହାପାତ୍ର ନିଯୁକ୍ତ ହୋଇଛନ୍ତି ।
ସାତଦିନ ଧରି ହୋଇ ଆସୁଥିବା ଏହି ଯଜ୍ଞର କର୍ତା ଭାବେ ବରେନ୍ଦ୍ର ମହାନ୍ତି ଓ ନଳିନୀ ମହାନ୍ତି ଦାୟିତ୍ୱ ନିର୍ବାହ କରୁଛନ୍ତି । ପରିଚାଳନା କମିଟିରେ ସୁନୀଲ କୁମାର ସାହୁ, ବିଭୁପ୍ରସାଦ ବେହେରା, ବ୍ରଜସୁନ୍ଦର ମହାନ୍ତି,ପରମାନନ୍ଦ ବେହେରା, ଜ୍ଞାନରଞ୍ଜନ କର, ତୁଷାର ସାହୁ, ବ୍ରଜକିଶୋର ସାହୁ, ଜ୍ଞାନେନ୍ଦ୍ର ସାହୁ, ପ୍ରଦୀପ ସାହୁ, ବ୍ରଜସୁନ୍ଦର ମହାନ୍ତି, ବିଶ୍ୱଜିତ ନାୟକ, ବିଚିତ୍ର ବିଶ୍ୱାଳ ପ୍ରମୁଖ ରହି ସହଯୋଗ କରୁଛନ୍ତି । ତେବେ ଏକ ଅଲୌକିକ ଘଟଣାକ୍ରମେ ଏହି ଅଜଣା ଗଛକୁ ବନବିଭାଗ ପକ୍ଷରୁ ଚିହ୍ନଟ କରାଯାଇ ପାରିନଥିବା କୁହନ୍ତି ସମ୍ପାଦକ ଅନିରୁଦ୍ଧ ବେହେରା ।
