ଲକ୍ଷ୍ମୀପୁର ୧୯/୦୩/୨୦୨୬ (ଓଡିଶା ସମାଚାର/ପ୍ରମୋଦ କୁମାର ଜେନା)-ମହା ସଂଘର ଡାକରାରେ ସାରା ରାଜ୍ୟରେ ଥିବା ପ୍ରତ୍ୟେକ ଡାକ୍ତରଖାନା ରେ କାର୍ୟ୍ୟ କରୁଥିବା ଆଉଟସୋର୍ସିଂ କର୍ମଚାରୀ ମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନ ପନ୍ଥା ଗ୍ରହଣ କରି ଛନ୍ତି। ସକାଳ ୯ଟାରୁ ପୂର୍ବାହ୍ନ ୧୧ଟା ପର୍ୟ୍ୟନ୍ତ କାର୍ୟ୍ୟରେ ଅସହଯୋଗ କରିବାକୁ ନିଷ୍ପତି ନେଇଛି ମହାସଂଘ।ଏହାକୁ ସମର୍ଥନ ଜଣାଇ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ସମସ୍ତ ଆଉଟ୍ ସୋର୍ସିଂ କର୍ମଚାରୀ ମାନେ ତାଙ୍କର ନ୍ୟାୟ ସଙ୍ଗତ ଦାବି ପୂରଣ ପାଇଁ ଆନ୍ଦୋଳନକୁ ଓହ୍ଲାଇ ଛନ୍ତି।ଏନେଇ ଲ୍ୟାବ ଟେକନିସିଆନ,ଏମ.ଆର.ଏ, ସିକୁରିଟି ଗାର୍ଡ, ସୁପରଭାଇଜର ଓ ସ୍ୱିପର ମାନେ ସମାନ କାମକୁ ସମାନ ଦରମା, ଆଉଟ ସୋର୍ସିଂ ଉଚ୍ଛେଦ ବନ୍ଦ୍ କର,ମଣିଷ ନିଲାମ ବନ୍ଦ୍ କର ଲେଖା ଥିବା ପ୍ଲା କାର୍ଡ ଧରି ସ୍ବାସ୍ଥ୍ୟ କେନ୍ଦ୍ର ଆଗରେ ବସି ରହିଛନ୍ତି।ସକାଳ ନଅଟା ରୁ ସାଢେ଼ ଏଗାରଟା ଯାଏଁ କାର୍ୟ୍ୟ ବନ୍ଦ୍ କରି ଧାରଣା ଦେଉଛନ୍ତି।
ସ୍ଥାୟୀ ନିଯୁକ୍ତି ସହିତ ଛଟେଇ ବନ୍ଦ କରିବା ଓ ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେବା ଦାବିରେ ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମାନେ ନଅ ଦିନ ହେଲାଣି ଆନ୍ଦୋଳନର ପନ୍ଥା ଅବଲମ୍ବନ କରିଛନ୍ତି।ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍କର୍ଷ ବାହାରି ପାରିନଥିବା ବେଳେ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକରେ ବିଭିନ୍ନ ସମସ୍ୟା ଉପୁଜିଛି।ତେଣୁ ତୁରନ୍ତ ରାଜ୍ୟ ସରକାର ସେମାନଙ୍କ ଦାବି ଉପରେ ଦୃଷ୍ଟି ଦେବାକୁ ସବୁ ମହଲରେ ଦାବି ହୋଇଛି।
ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆଉଟସୋର୍ସିଂ କର୍ମଚାରୀ
