ରାସ୍ତା ନାହିଁ ତ ଭୋଟ ନାହିଁ, ବିଜୁଳି ନାହିଁ ତ ଭୋଟ ନାହିଁ

(ଭୋଟ ବର୍ଜନ ନିଷ୍ପତି ନେଇଛନ୍ତି ଉଡ଼ରୁଙ୍ଗ ଓ କଟିଙ୍ଗକନା ଗ୍ରାମବାସୀ)
ଜୁନାଗଡ଼, ୦୪/୦୫/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ) – ନିର୍ବାଚନ ଯେତେ ପାଖେଇ ଆସୁଥିବା ବେଳେ ଭୋଟର ଙ୍କ ବିଚାର ମଧ୍ୟ୍ୟ ପରିବର୍ତନ ର ରାହା ଖୋଜୁଛି । ଏଭଳି ବିଚାର ଧାରା ଦେଖିବାକୁ ମିଳୁଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଶଗଡା ଗ୍ରାମ ପଂଚାୟତ ୬ନମ୍ବର ୱାର୍ଡ ଅନ୍ତର୍ଗତ ଉଡ଼ରୁଙ୍ଗ ଏବଂ କଟିଙ୍ଗକୋନା ଗାଁରେ । ଏହି ଦୁଇ ଗ୍ରାମ ହେଉଛି ସମ୍ପୂର୍ଣ ଆଦିବାସୀ ଅଧୁଷିତ ଦୁର୍ଗମ ଅଂଚଳ ଭାବେ ପରିଚିତ ଗାଁ ଅଟେ । ଉଡ଼ରୁଙ୍ଗ ଗ୍ରାମର ଲୋକସଂଖ୍ୟା ପ୍ରାୟ ୨୦୦ ଥିବାବେଳେ କଟିଙ୍ଗକୋନା ୧୫୦ ରୁ ଉର୍ଦ୍ଧ ଲୋକ ବସବାସ କରୁଛନ୍ତି । କିନ୍ତୁ ସ୍ୱାଧୀନତା ର ଦୀର୍ଘ ବର୍ଷ ବିତି ଯାଇ ଥିଲେ ମଧ୍ୟ୍ୟ ସାଧାରଣ ଭିତିଭୂମି ର ଘୋର ଅଭାବ ରହିଛି । କର୍ଲ।ପାଟ ଅଭୟାରଣ୍ୟ ମଧ୍ୟ୍ୟରେ ଏହି ଆଦିବାସୀ ଅଧୁଷିତ ଦୁଇ ଗ୍ରାମ ପାଇଁ ରାସ୍ତାଘାଟ, ବିଜୁଳି ସ୍ଵାସ୍ତ୍ୟ ସେବା, ପାନୀୟ ଜଳର ବ୍ୟବସ୍ଥା ସେମାନଙ୍କ ପାଇଁ ସାତ ସପନ ହୋଇ ରହିଛି । ବର୍ଷା ଦିନ ଆସିଲେ ଏହି ଦୁଇ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇ ପଡେ । ରାସ୍ତାଘାଟ ସ୍ୱାସ୍ଥ୍ୟ ସେବା ପାନୀୟ ଜଳ ସେବା ପାଇବାପାଇଁ ଜୀବନ ଦୁର୍ବିସହ ହୋଇପଡେ । ଗର୍ବବତୀ ମହିଳା ପ୍ରସବ ପାଇଁ ଯନ୍ତ୍ରଣା ର ଶିକାର ହୋଇ କେତେବେଳେ ଜୀବନ ମଧ୍ୟ୍ୟ ଚାଲି ଯିବାର ନଜୀର ରହିଛି । ଏପରି ଅନେକ ସମସ୍ୟା ର ସମୁଖୀନ ହୋଇ ଏଠାକାର ଅଧିବାସୀ ଜୀବନଯାପନ କରୁଛନ୍ତି । ନିର୍ବାଚନ ଆସିଲେ ଅନେକ ନେତା ଏବଂ ପ୍ରଶାସନିକ ଅଧିକାରୀଙ୍କ ଆଗମନ ହେଉଥିବା ଦେଖିବାକୁ ମିଳେ । ଏହି ଦୁଇ ଗ୍ରାମବସୀ ତାଙ୍କର ଏହି ମୌଳିକ ସମସ୍ୟା ନେଇ ସେମାନଙ୍କୁ ଠାରେ ଗୁହାରି କରିଥାନ୍ତି । ଏପରିକି ଏହିସବୁ ସମସ୍ୟା ଅତି ଶୀଘ୍ର ପୂରଣ କରାଯିବ ବୋଲି ସେମାଙ୍କର ଠାରୁ ଦୃଢ଼ ପ୍ରତିଶୃତି ମଧ୍ୟ୍ୟ ମିଳେ । ହେଲେ ନିର୍ବାଚନ ଭୋଟ ସରିଗଲେ କାହାର ମଧ୍ୟ୍ୟ ଆଉ ଦେଖିବାକୁ ମିଳି ନ ଥାଏ । ଏହି ଗ୍ରାମ ବାସୀଙ୍କର ମୌଳିକସୁବିଧା ଆଜି ପର୍ୟ୍ୟନ୍ତ ସମାଧାନ ହୋଇପାରିନି । ଫଳରେ ଗ୍ରାମବାସୀ ଧର୍ୟ୍ୟଚୁ୍ୟତ ହୋଇ କାହା ଉପରେ ଭରସା କରିପାରୁନାହାନ୍ତି। ଏଣୁ ଏହି ଦୁଇ ଗ୍ରାମବାସୀ କ୍ଷୋଭପ୍ରକାଶ କରି ଦୃଢ଼ ନିଷ୍ପତି ନେଇଛନ୍ତି ଯେ ରାସ୍ତା ନାହିଁ,ବିଜୁଳି ନାହିଁ, ଏହି ସବୁ ସମସ୍ୟା ର ସମାଧାନ ନାହଁ ତ ଭୋଟ ନାହଁ । ଚଳିତ ନିର୍ବାଚନ ରେ ଭୋଟ ନ ଦେଇ ଭୋଟବର୍ଜନ କରିବେ ବୋଲି ଗଣମାଧ୍ୟମ ପ୍ରତିନିଧି ଙ୍କ ନିକଟରେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *