ନିଶ୍ଚିନ୍ତକୋଇଲି, ୧୮/୦୩/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )କଟକ ଜିଲ୍ଲାର ମାହାଙ୍ଗା ନିର୍ବାଚନ ମଣ୍ଡଳି ରେ ଉପମୁଖ୍ୟ ମନ୍ତ୍ରୀ ଏବଂ ଆଇନ ମନ୍ତ୍ରୀଙ୍କ କରକମଳ ରେ ୧୨୧ କୋଟି ୯୩ ଲକ୍ଷରୁ ଉର୍ଦ୍ଧ ଟଙ୍କାର ପ୍ରକଳ୍ପ ର ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି । କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା କୁ ସଂଯୋଗ କରିବା ସହିତ ଚାଷୀର ବିକାଶ ହେବା ସହ ପର୍ୟ୍ୟଟନ କ୍ଷେତ୍ରରେ ବୈପ୍ଲବିକ ପରିବର୍ତନ ଉଦେଶ୍ୟ ରେ ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଏବଂ ଆଇନ, ପୂର୍ତ୍ତି ବିଭାଗ, ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଙ୍କ କରକମଳ ରେ ନେମାଳ,ନଗସପୁର, ନରେନ୍ଦ୍ରପୁର ରାସ୍ତା ଡବଲ ଲେନ ପାଇଁ ୪୨ କୋଟି ୬୬ ଲକ୍ଷ, କଟିକଟା ଜୟପୁର ରାସ୍ତାର ପ୍ରସ୍ଥତି କରଣ ପାଇଁ ୧୮ କୋଟି ୯୩ ଲକ୍ଷ ଟଙ୍କା, ଲୁଣା ନଦୀରେ ହାଇଲେବୁଲ ସେତୁ ନିମନ୍ତେ ୬୬ କୋଟି ୯୫ ଲକ୍ଷ ମୋଟ ୧୨୧ କୋଟି ୯୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କାବ୍ୟୟ ଅଟକଳ ରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।
ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ସୁରେଶ୍ୱର କଲେଜ ପଡିଆରେ ଅନୁଷ୍ଠିତ ଜନ ସଭାରେ ପୂର୍ତ ଆଇନ ମନ୍ତ୍ରୀ, କଟକ ଚାନ୍ଦବାଲିରାସ୍ତା କୁ ଚାରି ଲେନ ବିଶିଷ୍ଟ କରିବାକୁ ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ ମିଳି ସାରିଛି ଏବଂ ଖୁବ ଶୀଘ୍ର କାର୍ୟ୍ୟ ଆରମ୍ଭ ହେବ ବୋଲି ମନ୍ତ୍ରୀ ଘୋଷଣା କରିଥିଲେ ଏବଂ ପିପିଟି ମୋଡ଼୍ ରେ ଶୀତଳ ଭଣ୍ଡାର କୁଳିଆ ରେ ହେବା ପାଇଁ କଟକ ଜିଲ୍ଲାପାଳଙ୍କୁ ଅଫିସିଆଲ କାର୍ୟ୍ୟ ସାରିବା ପାଇଁ ଉପ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ । ଏହି କାର୍ୟ୍ୟକ୍ରମ ରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ପ୍ରମୁଖ ଯୋଗ ଦେଇଥିଲେ ।
