ଆଦିବାସୀ ଭାଇ ଭଉଣୀଙ୍କ ସହିତ ପଖାଳ ଦିବସ ପାଳନ କଲା ରୂପାୟନ ପରିବାର

ଭୁବନେଶ୍ୱର,୨୦/୦୩/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ରୂପାୟନ ପରିବାର ତରଫରୁ ବିଶ୍ୱ ପଖାଳ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଖାଳ ଓଡ଼ିଆଙ୍କର ସ୍ୱତନ୍ତ୍ର ପରିଚୟ। କେବଳ ଓଡ଼ିଆ କାହିଁକି ସାଢ଼େ ଚାରିକୋଟି ଓଡିଆଙ୍କ ଦେବତା ପ୍ରଭୁ ଜଗନ୍ନାଥଙ୍କର ପ୍ରିୟ ଖାଦ୍ୟ ପଖାଳ।

ଜଗନ୍ନାଥଙ୍କର ଟଙ୍କ ତୋରାଣି ଏହାର ଏକ ପ୍ରମାଣ। ପ୍ରତ୍ୟେକ ଓଡିଆଙ୍କର ପ୍ରିୟ ଖାଦ୍ୟ ପଖାଳ ହୋଇଥିବାବେଳେ ରୂପାୟନ ପରିବାର ଏକ ନିଆରା ଢଙ୍ଗରେ ବିଶ୍ୱ ପଖାଳ ଦିବସ ପାଳନ କରିଛି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ କଣ୍ଟାବାଡ଼ ସ୍ଥିତ ଝୁମକା ଇକୋ ପାର୍କରେ ଆଦିବାସୀ ଭାଇ ଭଉଣୀ ମାନଙ୍କ ସହ ମିଶି ବଡ ଧୁମଧାମରେ ବିଶ୍ୱ ପଖାଳ ଦିବସ ପାଳନ କରିଛି।

ଏଥିରେ ଶ୍ରଦ୍ଧାଞ୍ଜଳି ରାୟଙ୍କ ଅଧ୍ୟକ୍ଷତାରେ ରୂପାୟନ ପରିବାରର ଆଶୁତୋଷ ଦାସ, ଦିଲ୍ଲୀପ କୁମାର ସେଠୀ, ମମତା ସାହୁ, ବିଶ୍ୱଭୂଷଣ ରଥ, ମନୋରଞ୍ଜନ ହରିଚନ୍ଦନ, ଅନୁଶ୍ରେୟା ଦାସ, ପ୍ରତାପ ଚନ୍ଦ୍ର ନାୟକ, ରଶ୍ମିରେଖା ସେଠୀ, ପ୍ରଦୀପ କୁମାର ସ୍ୱାଇଁ, ରଞ୍ଜିତା ମହାନ୍ତି, ବେବିରାଣୀ ଦାସ, ସ୍ମୃତିରେଖା ନାୟକ, ତାପସ ପାଣି, ଅମ୍ବିକା ତ୍ରିପାଠୀ, ରଞ୍ଜିତାଭ ମହାନ୍ତି ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *