କଟକ ସଦର,୧୭/୦୩/୨୦୨୬ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): ବାରବାଟି କଟକ ର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଏକାନ୍ତ ଅନୁଗତ ତଥା ବର୍ତ୍ତମାନର ବିଧାୟିକା ସୋଫିଆ ଫିରଦୋସ ଙ୍କ ଏକାନ୍ତ ଶୁଭେଚ୍ଛୁ କଟକ ନଗର ଜିଲ୍ଲା କଂଗ୍ରେସ କମିଟି ସଭାପତି ଗିରିବାଳା ବେହେରାଙ୍କୁ ଆଜି ମଙ୍ଗଳବାର ଦିନ ଦଳବିରୋଧୀ କାର୍ଯ୍ୟ
ପାଇଁ ପ୍ରାଥମିକ ସଦସ୍ୟରୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଙ୍କ ଅନୁମୋଦନ କ୍ରମେ ବହିଷ୍କାର କରାଯାଇଥିବା ପ୍ରଦେଶ କଂଗ୍ରେସ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ଅଧ୍ୟକ୍ଷ ସୁଜିତ୍ ପାଢ଼ୀ ଙ୍କ ପ୍ରେସ ବିଜ୍ଞପ୍ତି ରୁ ଜଣାପଡିଛି। ଏଥିସହିତ ଗତକାଲି ରାଜ୍ୟସଭା ନିର୍ବାଚନରେ ଦଳୀୟ ହୁଇପ୍ କୁ ଅମାନ୍ୟ କରି କ୍ରସ ଭୋଟିଂ କରିଥିବା ତିନି ଜଣ ବିଧାୟକ ଙ୍କ ମଧ୍ୟରେ ବାରବାଟି କଟକ ବିଧାୟିକା ସୋଫିଆ ଫିରଦୋସ ଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି।
କଟକ ନଗର ଜିଲ୍ଲା କଂଗ୍ରେସ ସଭାପତି ଗିରିବାଳା ବେହେରା ବହିଷ୍କୃତ
