କଟକ ସଦର,୧୭/୦୩/୨୦୨୬ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କଟକ ବଡ଼ମେଡ଼ିକାଲର ଟ୍ରମାକେୟାର ଆଇସିୟୁରେ ନିଆଁ ଲାଗି ୧୦ ଜଣ ଚିକିତ୍ସାଧିନ ରୋଗୀ ଜୀଵନ୍ତ ଦଗ୍ଧ ହୋଇଥିବା ବେଳେ ଆଜି ମଙ୍ଗଳବାର ଆଉ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।
ଆହୁରି ଅନେକ ଗୁରୁତର ଅବସ୍ଥାରେ ଥିବା ଜଣାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ମଙ୍ଗଳବାର ଦିନ ଓଡ଼ିଶା ରାଜନୀତିର ଚାଣକ୍ୟ କୁହାଯାଉଥିବା ବରିଷ୍ଠ ନେତା ବିଜୟ ମହାପାତ୍ର ମେଡିକାଲ ଯାଇଁ ସ୍ଥିତି ଅନୁଧ୍ୟାନ କରିବା ସହିତ ଆହତମାନଙ୍କୁ ଭେଟି ସେମାନଙ୍କ ର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏଭଳି ଘଟଣା କୁ ଅତ୍ୟନ୍ତ ସ୍ପର୍ଶକାତର ଦର୍ଶାଇ ଯଦି ବଡ଼ ମେଡ଼ିକାଲରେ ଏଭଳି ଘଟଣା ଘଟିବ ତେବେ ଆଗାମୀ ଦିନରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେବ ବୋଲି ଵିଜୟ କହିଛନ୍ତି।
