କଟକ ସଦର,୦୯/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟ ଵିଜେପି ସଭାପତି ମନମୋହନ ସାମଲ ଙ୍କ ଅନୁମୋଦନ କ୍ରମେ ଆଜି ମଙ୍ଗଳବାର ଦିନ ରାଜ୍ୟ ସଂଗଠନ ପୂନର୍ଗଠିତ ହୋଇ ବିଭିନ୍ନ ମୋର୍ଚ୍ଚା ର ପଦାଧିକାରୀ ମନୋନୟନ କରାଯାଇଛି।


ଏଥିରେ କଟକ ଜିଲ୍ଲା ପାଇଁ କେନ୍ଦ୍ରାପଡା ଜିଲ୍ଲା ର ଦୁଇଜଣ ବିଜେପି ନେତା ଙ୍କୁ ପ୍ରଭାରୀ ଦାୟିତ୍ଵ ମିଳିଛି। ସେମାନଙ୍କ ମଧ୍ୟରୁ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରାକ୍ତନ ବିଜେପି ସଭାପତି କିଶୋର କୁମାର ପଣ୍ଡା କଟକ ଗ୍ରାମୀଣ ସାଂଗଠନିକ ଜିଲ୍ଲା ପ୍ରଭାରୀ ଭାବେ ନିଯୁକ୍ତି ପାଇଥିବା ବେଳେ କଟକ ସହରାଞ୍ଚଳ ସାଂଗଠନିକ ଜିଲ୍ଲା ପାଇଁ କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କ ର ପ୍ରାକ୍ତନ ସଭାପତି ଜ୍ଞାନଦେଵ ବେଉରା ଙ୍କୁ ନିଯୁକ୍ତି ମିଳିଥିବା ଜଣାପଡିଛି।
