ପାଟକୁରା,୧୫/୦୩/୨୦୨୬ (ଓଡିଶା ସମାଚାର )ଗରଦପୁର ବ୍ଲକ ଅଧୀନ ବେଡାରୀ ଗ୍ରାମ ପଞ୍ଚାୟତ ଶ୍ରୀଚନ୍ଦନପୁର ଗ୍ରାମ ଆଖଣ୍ଡଳମଣି ମନ୍ଦିର ନିକଟରେ ଆଜି ରବିବାର ଠାରୁ ବିଶ୍ଵଶାନ୍ତି ରୁଦ୍ରଯଜ୍ଞଆରମ୍ଭ ହୋଇଛି । ଆଜି ସକାଳୁ ଗ୍ରାମର ୧୦୮ଜଣ ଶ୍ରଦ୍ଧାଳୁ ଦୁଇ କିଲମିଟର ଦୂର ବେଡାରୀ ଚିତ୍ରୋତ୍ପଳା ନଦୀରେ ସ୍ନାନ କରିବାପରେ ପଣ୍ଡିତ ମାନଙ୍କ ପୂଜା ପାଠ ପରେ ୧୦୮ କଳାସୀଙ୍କୁ ଶ୍ରଦ୍ଧାର ସହକାରେ ନାମ ସଙ୍କିର୍ତନ ମଧ୍ୟରେ କଳସ ଯାତ୍ରାରେ ଆଣି ଯଜ୍ଞମଣ୍ଡପରେ ସ୍ଥାପନ କରିଥିଲେ ।
ପରେ ସୂର୍ୟ୍ୟ ପୂଜା, ରୁଦ୍ରାଭିଷେକ, ଯଜ୍ଞ ଆହୂତିପରେ , ସନ୍ଧ୍ୟାରେ ପଣ୍ଡିତ ମାନଙ୍କ ପ୍ରବଚନ କାର୍ୟ୍ୟକ୍ରମରେ ଗ୍ରାମର ଶ୍ରଦ୍ଧାଳୁ ଜନ ସାଧାରଣ ଭାଗ ନେଇଥିଲେ । ସୋମବାର ରାତିରେ ପୂର୍ଣ୍ଣାହୁତି କାର୍ୟ୍ୟକ୍ରମ ନିର୍ଘଣ୍ଟ ହୋଇଥିବା ବେଳେ ମଙ୍ଗଳବାରଦିନ ଅଷ୍ଟମ ପ୍ରହରି ନାମ ଯଜ୍ଞ ଓ ହରିହାଟ ଅନୁଷ୍ଠିତହେବ । ବୁଧବାର ଦିନ ଦଧି ହାଣ୍ଡି ଭଙ୍ଗା ଯାଇ ନାମଯଜ୍ଞ ସମ୍ପୂର୍ଣ୍ଣ କରାଯିବାର କାର୍ୟ୍ୟକ୍ରମ ନିର୍ଘଣ୍ଟ ହୋଇଥିବାର ଶ୍ରୀଚନ୍ଦନପୁର ଗ୍ରାମବାସୀଙ୍କ ସୂତ୍ରରୁ ଜଣାଯାଇଛି ।
ଯଜ୍ଞରେ ପଣ୍ଡିତମାନସ କୁମାର ଷଢଙ୍ଗୀ ଯଜ୍ଞପୂଜାରେ ସମର୍ପିତ ଥିବାବେଳେ କର୍ତ୍ତାଭାବେ ନିହାର ରଞ୍ଜନ ନାୟକ ଓ କର୍ତ୍ତୀ ଭାବେ ଅପାଲି ଅପ୍ରାଜୀତା ସାହୁ ନିଷ୍ଟାସହକାରେ କାର୍ୟ୍ୟ ନିର୍ବାହ କରୁଛନ୍ତି । ଯଜ୍ଞ କାର୍ୟ୍ୟ ଗ୍ରାମର ସମସ୍ତ ଜନ ସାଧାରଣଙ୍କ ପ୍ରତ୍ୟକ୍ଷ ସହଯୋଗରେ ସୁଚାରୁ ରୂପେ ଅନୁଷ୍ଠିତ ହେଉଛି ।
