ଥୋରିଆପଡାରେ ଲଉଡ଼ି ଖେଳ

ଯୋଗଦେଲେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା

କଟକ ସଦର,୧୫/୦୩/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ସୋମପୁର ପଞ୍ଚାୟତ ଥୋରିଆପଡା ଗ୍ରାମର ମା’ ମଙ୍ଗଳା କମିଟି ପକ୍ଷରୁ ଗୋପାଳ ସମ୍ପ୍ରଦାୟଙ୍କର ଲଉଡି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବିଷ୍ଣୁପ୍ରିୟା ସେବା ସମିତି ର ଅଧ୍ୟକ୍ଷା ତଥା କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ପୂର୍ବତନ ଅଧ୍ୟକ୍ଷ ସତ୍ୟ ଜେନା, ରଘୁନାଥପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ, ସୋମପୁର ସରପଞ୍ଚ ପୀତାମ୍ବର ଦାସ, ସମିତି ସଭ୍ୟା କୁନି ଭୋଇ,ଫକିରପଡା ସମିତି ସଭ୍ୟ ସନ୍ତୋଷ କୁମାର ରାଉତ, ଆୟତପୁର ସରପଂଚ ରାକେଶ ବେହେରା,ଯୁବ ସମାଜସେବୀ ଅଭୟ କୁମାର ସାହୁ, ଯାଦବ ନେତା ଅଶ୍ୱିନୀ କୁମାର ଦାସ ପ୍ରମୁଖ ଯୋଗ ଦେଇ ଗୋପାଳ ସମ୍ପ୍ରଦାୟଙ୍କର ଏଭଳି ପ୍ରାଚୀନ ଲଉଡ଼ି ଖେଳ ପ୍ରଦର୍ଶନକୁ ଉଚ୍ଚ ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *