କମାଗୁରୁ କଲେଜରେ  ଗାନ୍ଧିଜୀଙ୍କ ପୂଣ୍ୟ ତିଥି ପାଳିତ 

ନିରାକାରପୁର, ୩୧/୦୧/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା କମାଗୁରୁ ଜୁନିଅର କଲେଜରେ ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତି ଙ୍କ ସଭାପତିତ୍ବରେ ଗାନ୍ଧିଜୀଙ୍କ ପୂଣ୍ୟ ତିଥି ପାଳିତ ହୋଇଯାଇଛି। ଏହି ଅବସରରେ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ସମେତ ସମସ୍ତ  ଛାତ୍ରଛାତ୍ରୀମାନେ ଏକ ମିନିଟ ନୀରବ ପ୍ରାର୍ଥନା କରିଥିଲେ। ସମସ୍ତେ ରାମ ଧୁନ ଗାଇ ଥିଲେ। ଗାନ୍ଧିଜୀଙ୍କ ବଳିଦାନ ସମ୍ପର୍କରେ ଆଲୋକପାତ କରାଯାଇଥିଲା। ଏହି ସଭାରେ ଅଧ୍ୟାପକ ସତ୍ୟନାରାୟଣ ମହାପାତ୍ର, ଶ୍ୟାମ ସୁନ୍ଦର ପଟ୍ଟନାୟକ, ମନମୋହନ ନାୟକ, ଜମ୍ବେଶ୍ଵର ଯୁଝରସିଂହ, ଅଭିରାମ ପଣ୍ଡା, ରତ୍ନାକର ମହାପାତ୍ର, ହିମାଂଶୁ ଭୁଷଣ ଚମ୍ପତିରାୟ, ଅଭିରାମ ମିଶ୍ର ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *