ଶ୍ରୀଗୁରୁଧାମ  ଶାରଦା ମନ୍ଦିର ପ୍ରାଙ୍ଗଣରେ ନବରାତ୍ର ପୂଜା ଓ ମାତୃପୂଜନ

କଟକ, ୨୧/୧୦/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )କଟକ ବୟାଳିଶ ମୌଜା ପୁରୁଷୋତ୍ତମପୁର (ରାଉତରାପୁର) ଶ୍ରୀଗୁରୁଧାମ (ମୁକ୍ତିକ୍ଷେତ୍ର ) ଶାରଦା ମନ୍ଦିର ପ୍ରାଙ୍ଗଣ ରେ ନବରାତ୍ର ପୂଜା ର ବିଶ୍ୱଶାନ୍ତି ମହାଯଜ୍ଞ ସହିତ ନାମ ସଂକୀର୍ତ୍ତନ ଷୋଳଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି।

ମା’ ଜୟଦୂର୍ଗାଙ୍କ ମହିମା ପ୍ରତ୍ୟେକ ଦିନ ପାଠ କରିବା ସହିତ ବିଶ୍ୱର ମଙ୍ଗଳ ନିମିତ୍ତ ପ୍ରାକୃତିକ ବିପର୍ଯ୍ୟୟ ଦୂରୀକରଣ ପାଇଁ ସମୂହ ପ୍ରାର୍ଥନା କରାଯାଇଥିଲା। ପ୍ରତ୍ୟେହ ଦେବୀ ଜୟଦୁର୍ଗାଙ୍କ ପଞ୍ଚମହାଯଜ୍ଞ ଆୟୋଜନ କରାଯାଇଥିଲା । ସଂସ୍କାର ସଦାଚାର କୁଳାଚାର ଇତ୍ୟାଦି ପ୍ରସଙ୍ଗ ସମାଜର ମଙ୍ଗଳ ପାଇଁ ଶ୍ରୀଗୁରୁ ପରମହଂସ ସ୍ବାମୀ ଶ୍ରୀରାଧାମୋହନ ଦେବ ଆଲୋଚନା କରିଥିଲେ । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଦାଣ୍ଡିଆ ନୃତ୍ୟ, ଓଡ଼ିଶୀ ନୃତ୍ୟ , ଦଶାବତାର , ଗୀତଗୋବିନ୍ଦ , ମାତୃପିତୃ ପୂଜନ ସହିତ ବ୍ରାହ୍ମଣ ବୈଷ୍ଣବ ଓ ସାଧୁସନ୍ଥ ମାନଙ୍କର ପୂଜନ କରାଯାଇଥିଲା ।

ସାଧ୍ୱୀ ମା’ ପ୍ରଜ୍ଞା ପାରମିତା ଦେବୀ ଓ ମାନସୀ ଦେବୀ କନ୍ୟା ପୂଜନ ପରିଚାଳନା କରିଥିଲେ । ଅପର୍ଣ୍ଣା ଦେବୀ , ସୁପର୍ଣ୍ଣା ଦେବୀ , ତପର୍ଣ୍ଣା ଦେବୀ , ଅଭିଷ୍ପା ଦେବୀ , ଅନନ୍ୟା ଦେବୀ , ପ୍ରୀତିସ୍ମିତା ଦେବୀ , ପ୍ରିତିସ୍ନିଗ୍ଧା ଦେବୀ ,ବିଚିତ୍ରାନନ୍ଦ ଓ ଏଲ୍ଲିନ୍ ଦାଣ୍ଡିଆ ନୃତ୍ୟ ପରିବେଷଣ କରିଥିଲେ । ମୂଳାଷ୍ଟମୀ ଦିନ ଠାରୁ ଦେବୀଙ୍କର ସହସ୍ରା କୁମ୍ଭାଭିଷେକ ହୋଇ ମହାଷ୍ଟମୀ ଦିନ ଭଜନ ସମାରୋହ ଓ ମହାନବମୀ ଦିନ ପୂର୍ଣ୍ଣାହୁତି ସହିତ ମାତୃପୂଜନ ଅନୁଷ୍ଠିତ ହୋଇଥିଲା । ଦୀପ୍ତି ଦାଶ ସମୂହ ପ୍ରାର୍ଥନାର ପରିଚାଳନା  କରିଥିଲେ ।  ଦେବାଶିଷ ପରିଡ଼ା , ଦେବୀପ୍ରସାଦ ପାଣି , ଅଶୋକ ମହାପାତ୍ର , ରଞ୍ଜନ ବେହେରା , ପ୍ରଦୀପ୍ତ ଜେନା , ପ୍ରଭାସ ଜେନା , ରଞ୍ଜିତ୍ ଦାଶ , ବିକେଶ ପୃଷ୍ଟି , ରଞ୍ଜିତା ପରିଡ଼ା, କନକଲତା ଜେନା  ଓ ଅନ୍ୟାନ୍ୟ ସଭ୍ୟ ସଭ୍ୟା ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ସମ୍ପାଦକ ଅସିତ୍ ରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *