ନିରାକାରପୁର ଥାନାରେ ନୂଆ ଆଇଆଇସି ବିଶ୍ୱଜିତ୍ ରାଉତରାୟଙ୍କ ଯୋଗଦାନ

ନିରାକାରପୁର, ୩୧/୦୧/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ରେ ନୂତନ ଆଇଆଇସି ବିଶ୍ୱଜିତ୍ ରାଉତରାୟ ଯୋଗ ଦେଇଛନ୍ତି। ନୂଆ ଆଇଆଇସି ପୂର୍ବରୁ ଖୋର୍ଦ୍ଧା ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବାବେଳେ ତାଙ୍କର କାର୍ଯ୍ୟ ଦକ୍ଷତା ପାଇଁ ସେ ସେଠାରେ ଉଚ୍ଚ ପ୍ରଶଂସିତ ହୋଇପାରିଥିଲେ ।ଏହି ଅଞ୍ଚଳରେ ଚାଲିଥିବା ଚୋରା ମଦ କାରବାର, ଚୋରା ମାଙ୍କଡ଼ା ପଥର ଚାଲାଣ ଓ ଗଳିକନ୍ଦିରେ ବ୍ୟାପୁଥିବା ବ୍ରାଉନସୁଗାର କାରବାର ଓ ଗୋ ଚାଲାଣ ଉପରେ ରୋକ ଲଗାଇବା ସହିତ ଅସାମାଜିକ ଲୋକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେଇ ଅଂଚଳରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନିୟନ୍ତ୍ରଣ ରକ୍ଷା କରିବାକୁ ଗୁରୁତ୍ଵ ଦେବେ ବୋଲି କହିଛନ୍ତି। ଏହି ଅବସରରେ ଆଞ୍ଚଳିକ ହିନ୍ଦୁ ସଙ୍ଗଠନ ପକ୍ଷରୁ ନୂତନ ଆଇଆଇସି ଶ୍ରୀଯୁକ୍ତ ରାଉତରାୟଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରାଯାଇଛି। ସଂଗଠନ କର୍ମକର୍ତ୍ତା ନବକୃଷ୍ଣ ମହାପାତ୍ର, ପ୍ରସାଦ କୁମାର ଦାସ, ଅଜୟ କୁମାର ପାଇକରାୟ ଓ ମନ୍ମଥ ରଞ୍ଜନ ବେହେରା ପ୍ରମୁଖ ସାକ୍ଷାତ କରି ପୁଷ୍ପ ଗୁଚ୍ଛ ପ୍ରଦାନ କରିଛନ୍ତି। ସେହିପରି ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଶ୍ରୀଯୁକ୍ତ ରାଉତରାୟଙ୍କ ଭେଟି ଅଂଚଳରେ ଶାନ୍ତି ରକ୍ଷା ପାଇଁ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *