ଅଭିପସା ଇଣ୍ଟରନାସନାଲ ସ୍କୁଲର ଚତୁର୍ଥ ବାର୍ଷିକୋତ୍ସବ

ବିନୟୀ, ସତ୍ୟବାଦୀ ଓ ଚରିତ୍ରବାନ୍ ହେବାକୁ ଛାତ୍ରଛାତ୍ରୀଙ୍କୁ ଉପଦେଶ

କଟକ,୧୫/୦୨/୨୦୨୬ (ଓଡ଼ିଶା ସମାଚାର/ ଦେବାଶିଷ ରଥ)-  ସ୍ଥାନୀୟ ନେତାଜୀନଗର ସ୍ଥିତ ଅଭିପସା ଇଣ୍ଟରନାସନାଲ ସ୍କୁଲର ଚତୁର୍ଥବାର୍ଷିକୋତ୍ସବ ସ୍କୁଲ ପ୍ରାଙ୍ଗଣରେ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ନ୍ୟାୟଧୀଶ ମନରଞ୍ଜନ ମହାନ୍ତି, ସମ୍ମାନୀତ ଅତିଥିଭାବେ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ, ଓଡ଼ିଆ ସିନେମା ଅଭିନେତା ତଥା ନଟିଆ କମେଡି ର ଭଏସ ଆର୍ଟିଷ୍ଟ  ଡ଼ିସ୍କୋ ରେଡି(ନଟିଆ) ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବ ର ଉଦଘାଟନ କରିଥିଲେ।  କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅଡିଅମାନଙ୍କୁ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସ୍ୱାଗତ ନୃତ୍ୟ ପରିବେଷଣ କରି ସ୍ୱାଗତ କରାଯାଇଥିଲା। ଅତିଥିମାନେ ଅଭିଭାଷଣ ଦେଇ ଛାତ୍ରଛାତ୍ରମାନଙ୍କୁ ସତ୍ୟବାଦୀ ଓ ଚରିତ୍ରବାନ ହେବାକୁ ଉପଦେଶ ଦେଇଥିଲେ।

ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅମିତା ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବ ରେ ସ୍କୁଲ ର ବାର୍ଷିକ ରିପୋର୍ଟ ଉପସ୍ଥାପନ କରାଯାଇଥିଲା । ପରେ ବିଦ୍ୟାଳୟରେ କୁନିକୁନି ଛାତ୍ରଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ  କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଦ୍ୟାଳୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ରଛାତ୍ରୀ ଓ ବିଜୟୀ ଅବିଭାବକ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଚେୟାରମ୍ୟାନ ସୁପ୍ରଭା ସାହୁ, ଅଧ୍ୟକ୍ଷ ଡ଼. ପଦ୍ମନାଭ ରଥ, ମ୍ୟାନେଜିଂ କମିଟି ସଭାପତି ଶରତ କୁମାର ସାହୁ, ପ୍ରେସିଡେଣ୍ଟ ଡ. ସୌମ୍ୟ ରଂଜନ ମିଶ୍ର,ସମାଜସେବୀ ଅଭିମନ୍ୟୁ ଦାସ, ଆଦିକନ୍ଦ ରାଉତ, ସଂସାରୀ ସାହୁ, ପ୍ରତିଭା ସାହୁ,  ବିପିନ ବିହାରୀ ବେହେରା ପ୍ରମୁଖ ଯୋଗ ଦେଇ ପିଲାମାନଙ୍କୁ ଉତ୍ସହିତ କରିଥିଲେ। ଶେଷରେ  ଆଦିକନ୍ଦ ରାଉତ୍ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *