ବ୍ରାହ୍ମଣ ଝରିଲୋ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ରଛାତ୍ରୀ ଙ୍କ ବନ୍ଧୁମିଳନ 

କଟକ ,୧୨/୦୩/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା  ) -କଟକ ଜିଲ୍ଲା  ବ୍ରାହ୍ମଣ ଝରିଲୋ ଉଚ୍ଚ ବିଦ୍ୟାଳୟର ୧୯୭୭ ମାଟ୍ରିକ୍ୟୁଲେସନ ବ୍ୟାଚର ବନ୍ଧୁମିଳନ ଉତ୍ସବ ବ୍ରାହ୍ମଣ ଝରିଲୋସ୍ଥିତ ପଞ୍ଚାୟତ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରାୟ ୨୫ ଜଣ ପୁରାତନ ଛାତ୍ର ଛାତ୍ରୀ ଯୋଗ ଦେଇ ପାରସ୍ପରିକ ଭାଵ ବିନିମୟ କରିବା ସହ ବିଦ୍ୟାଳୟର ତତ୍ କାଳୀନ ଶିକ୍ଷକମାନଙ୍କ ବିଷୟରେ ସ୍ମୃତି ଚାରଣ କରିଥିଲେ।

ଉକ୍ତ ଉତ୍ସବରେ  ଡାକ୍ତର ପ୍ରଶାନ୍ତ କୁମାର ଦାସ, ଜୟନ୍ତ କୁମାର ଜେନା, ଦିଗମ୍ବର ମହାନ୍ତି,ଵ୍ରଜେନ୍ଦ୍ର ପ୍ରଧାନ, ବଟକୃଷ୍ଣ ସାହୁ, ଅଭିମନ୍ୟୁ ଜେନା, ରମେଶ ପରିଜା, ରମେଶ ପ୍ରଧାନ, ପ୍ରିୟ ରଞ୍ଜନ ମହାନ୍ତି, ବିଶ୍ୱନାଥ ତ୍ରୀପାଠୀ,ଵହର ଅଲ୍ଲୀ ଖାନ, ସ୍ନେହଲତା ମହାନ୍ତି,ଗୀତା ରାଣୀ ମିଶ୍ର, କଳ୍ପନା ସାହୁ,ନଜମା ଖାତୁନ,ଗୈ।ରାଙ୍ଗ ଦାସ,ଓ ନିର୍ମଳା ପରିଜା ପ୍ରମୁଖ ଯୋଗ ଦେଇଥିଲେ। ପରିଶେଷରେ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ ହୋଇ ପରସ୍ପର ଠାରୁ ବିଦାୟ ନେଇଥିଲେ।

Leave a Reply

Your email address will not be published. Required fields are marked *