ଜଗତସିଂହପୁର ଜିଲ୍ଲାରୁ ବରିଷ୍ଠ ନାଗରିକମାନଙ୍କ ପୁରୀ ଅଭିମୁଖେ ତୀର୍ଥଯାତ୍ରା

ଜଗତସିଂହପୁର,୧୦/୦୩/୨୦୨୬ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନରେ ଜଗତସିଂହପୁର ଜିଲ୍ଲାରୁ ୧୪୮ଜଣ ବରିଷ୍ଠ ନାଗରିକ ରାଜ୍ୟ ସରକାରଙ୍କ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ସାମିଲ ହୋଇ ପୁରୀ ଅଭିମୁଖେ ଯାତ୍ରା କରିଅଛନ୍ତି । ଜିଲ୍ଲା ସଦର ମହକୁମା ସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ନିକଟରୁ ଓ.ଏସ.ଆର.ଟି.ସିର ୪ ଗୋଟି ଭୋଲଭୋ ବସ୍ ଯୋଗେ ଯାତ୍ରାର ଶୁଭାରମ୍ଭ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ଅମରେନ୍ଦ୍ର ଦାସ, ମାନ୍ୟବର ବିଧାୟକ, ସମ୍ମାନନୀୟ ଅତିଥି ଭାବେ , ଶ୍ରୀମତୀ ଅର୍ଚ୍ଚନା ସିଂହ, ଅଧ୍ୟକ୍ଷା, ଜଗତସିଂହପୁର ପୌରପରିଷଦ ଏବଂ ଶ୍ରୀ ସମ୍ବିତ୍ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ଜଗତସିଂହପୁର ପ୍ରମୁଖ ଯୋଗଦାନ ପୂର୍ବକ ତୀର୍ଥ ଯାତ୍ରାର ଶୁଭାରମ୍ଭ କରିବା ସହିତ ତୀର୍ଥଯାତ୍ରୀ ମାନଙ୍କୁ ଆଧ୍ୟାତ୍ମିକ ଦିଗଦର୍ଶନ ଦେଇ ସେମାନଙ୍କ ଯାତ୍ରା ସୁଖମୟ ହେବା ପାଇଁ କାମନା କରିଥିଲେ ।

ବରିଷ୍ଠ ନାଗରିକ ମାନଙ୍କ ସହିତ ସେମାନଙ୍କର ସୁରକ୍ଷିତ ଓ ନିରାପଦ ଯାତ୍ରା ପାଇଁ  ଜିଲ୍ଲାରୁ ସହାୟକ ଅଧିକାରୀ ଭାବେ ଶ୍ରୀ କୁଞ୍ଜ ବିହାରୀ ପ୍ରଧାନ, ଶ୍ରୀ ତପନ କୁମାର ମହାନ୍ତି, ଶ୍ରୀ ଚନ୍ଦନ କୁମାର ସ୍ଵାଇଁ ଓ ଶ୍ରୀ ଗଣେଶ୍ଵର ଜେନା ଗସ୍ତ କରିଛନ୍ତି । ଆଜି ସକାଳେ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ଜିଲ୍ଲା ମୁଖ୍ୟ ସ୍ଵାସ୍ଥ୍ୟ କେନ୍ଦ୍ରର ବିଶେଷଜ୍ଞ ଡାକ୍ତରମାନେ ବରିଷ୍ଠ ନାଗରିକମାନଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରିଥିଲେ । ମୀରାବାଈ ବେହେରା, ଜିଲ୍ଲା ପର୍ଯ୍ୟଟନ ବିକାଶ ଅଧିକାରୀ ଏବଂ ଶ୍ରୀ ସୁଦାମ ପ୍ରଧାନ, ଜିଲ୍ଲା ପରିଚାଳକ, ଓ.ଏସ.ଆର.ଟି.ସିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ପରିଚାଳନା ହୋଇଥିଲା ଏବଂ ଏହି କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ ପୌର ପରିଷଦ ଶ୍ରୀମତୀ ସୀମା ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରଟିଚୀ ତନୟା ମହାନ୍ତି,ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ତଥା ଜନସାଧାରଣ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *