ଓସିଏ ସଭାପତି ପଦରୁ ଇସ୍ତଫା ଦେଲେ ଵଵି ଓରଫ ପ୍ରଣବ ପ୍ରକାଶ ଦାସ

କଟକ ସଦର , ୨୯/୧୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ନିଜର ଅଖଣ୍ଡ କ୍ଷମତା ବଳରେ ଗତ ୨୦୨୨ ମସିହା ଅକ୍ଟୋବର ମାସରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ର ସଭାପତି ପଦ ହାତେଇ ନେଇଥିବା ରାଜ୍ୟ ବିଜେଡ଼ି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓରଫ ଵଵି ଶେଷରେ ଆଜି ରବିବାର ଦିନ ସଭାପତି ପଦରୁ ଇସ୍ତଫା ଦେଇଥିବା ଜଣାଯାଇଛି। କେବଳ ନିଜର ପତିଆରା ବୃଦ୍ଧି ପାଇଁ ସଭାପତି ପଦ ମାଡ଼ି ବସିଥିବା ଵଵି ଙ୍କ ଦୁଇବର୍ଷ ରହଣି କାଳରେ ଓଡ଼ିଶା ଦଳ କୈ। ଣସି ଗୋଟିଏ ବି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିନଥିବା କୁ ନେଇ ଵଵି ଙ୍କ ପାରିବା ପଣିଆ ଉପରେ ଆଙ୍ଗୁଠି ଉଠିଥିଲା। ଯେଉଁଥିପାଇଁ ଗତ ଜୁଲାଇ ମାସରୁ ତାଙ୍କର ଇସ୍ତଫା ଦାଵି ହୋଇ ଆସୁଥିଲା। ତେବେ ଓସିଏ ସଭାପତି ପଦରୁ ପ୍ରଣବ ପ୍ରକାଶ ଦାସ ସ୍ୱତଃ ପ୍ରବୃତ ଭାବରେ ଇସ୍ତଫା ଦେଇଛନ୍ତି । ଏନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଆଜି (ରବିବାର) ଅନୁଷ୍ଠିତ ବାର୍ଷିକ ସାଧାରଣ ପରିଷଦ ବୈଠକରେ ଏନେଇ ସୂଚନା ଦେଇଛନ୍ତି। ସେହିପରି ଏନେଇ ଓସିଏ ସଂପାଦକ ସଂଜୟ ବେହେରା ଗଣମାଧ୍ୟମକୁ ମଧ୍ୟ ସୂଚନା ଦେଇଛନ୍ତି। ଶ୍ରୀ ବେହେରା କହିଛନ୍ତି ଯେ, ବ୍ୟକ୍ତିଗତ କାରଣ ଦର୍ଶାଇ ବବି ଦାସ ସଭାପତି ପବରୁ ଇସ୍ତଫା ଦେଇଛନ୍ତି। ୪୫ ଦିନ ଭିତରେ ନୂଆ ସଭାପତି ନିର୍ବାଚନ ହେବ। ନୂତନ ସଭାପତି ନିର୍ବାଚିତ ହେବା ପର୍ୟ୍ୟନ୍ତ ଓସିଏ ଉପାଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତି  କାର୍ୟ୍ୟକାରୀ ସଭାପତି ରହିବେ ବୋଲି ବେହେରା କହିଛନ୍ତି।

Leave a Reply

Your email address will not be published. Required fields are marked *