ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ପରଲୋକ

ଯାଜପୁର, ୨୯/୦୧/୨୦୨୪ (ଓଡ଼ିଶା ସମାଚାର)- ଯାଜପୁର ସଦର ମହକୁମାର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରଘୁନାଥ ସ୍ୱାଇଁ ତାଙ୍କ ନରସିଂହପୁରସ୍ଥିତ ବାସଭବନରେ ଚଳିତ ମାସ ୨୨ ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ୩୦ ବର୍ଷରୁ ଊଦ୍ଧ୍ୱର୍ ଶିକ୍ଷକତାରେ ସେ ଯାଜପୁର ଜିଲାର ଜଣେ ସହୃଦୟ, ଭଦ୍ର ତଥା ଲୋକପି୍ରୟ ଶିକ୍ଷକ ଭାବରେ ନିଜକୁ ପରିଚିତ କରାଇଥିଲେ । ବୈଷ୍ଣବଦତ ହାଇସ୍କୁଲ, ଯାଜପୁର ଓ ବା‚ାବଟ ହାଇସ୍କୁଲ, ବଡ଼ବାଲିକୁଦା ଠାରେ ଶିକ୍ଷକ ଭାବରେ କାର୍ଯ୍ୟ ତୁଲାଇ ପି.ସି.ବି. ହାଇସ୍କୁଲ, ଅଡଙ୍ଗରୁ ପ୍ରଧାନ ଶିକ୍ଷକ ଭାବେ ଅବସର ଗ୍ରହଣ କରିଥିଲେ । ବିଗତ ଦିନରେ ସେ ବିରଜା ମନ୍ଦିର କମିଟି, ବରାହ ମନ୍ଦିର କମିଟି, ଯାଜପୁର ଲାଇବ୍ରେରୀରେ ସଦସ୍ୟ ତଥା ପେନ୍ସନର ଆସୋସିଏସନ୍ର ଉପ-ସଭାପତି ରୂପେ କାର୍ଯ୍ୟ ତୁଲାଇଥିଲେ । ତାଙ୍କ ବଡ଼ ପୁଅ ଇଂ. ଅଜୟ କୁମାର ସ୍ୱାଇଁ ଆମେରିକାର ଟ୍ୟାକ୍ସେସ୍ ୟୁନିଭରସିଟିରେ ପ୍ରଫେସର ଓ ପୁତ୍ରବଧୂ ଡା. ଶିର୍ମଷ୍ଠା ବୈଜ୍ଞାନିକ ଅଛନ୍ତି ଏବଂ ସାନପୁଅ ବିଜୟ କୁମାର ସ୍ୱାଇଁ ଜଣେ ସରକାରୀ ଅଧିକାରୀ ଓ ପୁତ୍ରବଧୂ ଉଷା ଡି.ଏ.ଭି. ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତା ଦିବଙ୍ଗତ ଡ. ସିପ୍ରା ସ୍ୱାଇଁ ତାଙ୍କର ବଡ଼ ଝିଅ ଥିଲେ । ମଝିଆ ଝିଅ ସାଗରିକା ରେଳ ବିଭାଗର ଇଂ. ବ୍ରଜକିଶୋର ମଲ୍ଲିକଙ୍କୁ ବିବାହ କରି ଭୁବନେଶ୍ୱରରେ ବାସ କରନ୍ତି । ସାନଝିଅ ସ୍ମତିସ୍ନାତା ଓ ଜ୍ୱାଇଁ କଟକରେ କାର୍ଯ୍ୟରତ । ତାଙ୍କ ଦୁଇ ସଡ଼ୁ ଡ. ରୁଦ୍ରନାରାୟଣ ବିଶ୍ୱାଳ (ନି.ଏନ୍.ଟି) ଏବଂ ଡ଼. ନିରଞ୍ଜନ ରାଉତ (ଅବସରପ୍ରାପ୍ତ ସିଡିଏମ୍ଓ, ଯାଜପୁର) ଅଛନ୍ତି । ଯାଜପୁର ରୋଡ଼ ନିବାସୀ ଜିତେନ୍ଦ୍ର କୁମାର ରାଉତ (ଗଜି ବାବୁ) ତାଙ୍କର କନିଷ୍ଠ ଶାଳକ ଓ ଜଣେ ପରିଚିତ ସମାଜସେବୀ । ଦିବଙ୍ଗତ ରଘୁନାଥ ସ୍ୱାଇଁଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ତାଙ୍କର ଧର୍ମପତ୍ନୀ, ପୁତ୍ର, ପୁତ୍ରବଧୂ, ପୁତ୍ରୀ ଏବଂ ଜ୍ୱାଇଁ, ଭାଇ ବନ୍ଧୁ ଓ ଶୋକସନ୍ତପ୍ତ ପରିବାର ବର୍ଗ ପ୍ରଭୁ ଜଗନ୍ନାଥଙ୍କ ନିକଟରେ କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *