ପୁରାତନ ଛାତ୍ରଛାତ୍ରୀ ସଂଗଠନର ବନ୍ଧୁ ମିଳନ ।

ଯାଜପୁର, ୧୦/୦୩/୨୦୨୪ (ଓଡ଼ିଶା ସମାଚାର/  ସୁରେଶ କୁମାର କର)- ବରୀ ବ୍ଲକ ଅନ୍ତର୍ଗତ ବାଣିଶ୍ରୀ ଉତ୍ତର ମୌଳିକ ସରକାରୀ ଓ ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟ ରାମଚନ୍ଦ୍ରପୁର ର ପୁରାତନ ଛାତ୍ର ସଂଗଠନ ପକ୍ଷରୁ  ଏକ ବନ୍ଧୁ  ମିଳନ ଓ ସାଧାରଣ ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଟିତ ହୋଇଯାଇଛି । କମିଟି ସଂଯୋଜକ ସୁବାଷ ଚନ୍ଦ୍ର ବିଶ୍ବାଳ ଙ୍କ ସଭାପତିତ୍ଵ ରେ ଆୟୋଜିତ ଉକ୍ତ ବୈଠକ ରେ  ସାମଜସେବି , ସାମ୍ବାଦିକ ସତ୍ୟରଞ୍ଜନ କର ସଭା ପରିଚାଳନା କରିଥିଲେ । ଅନୁଷ୍ଠାନ ପକ୍ଷରୁ  ଏହି ବିଦ୍ୟାଳୟ ଶିକ୍ଷକ ଶ୍ରୀ ତ୍ରୈଲୋକ୍ୟ  ରଞ୍ଜନ ଦାସ ,  ରବୀନ୍ଦ୍ର କୁମାର ସାମଲ , ବିଚିତ୍ରାନନ୍ଦ ସାହୁ , ମକରଧ୍ଵଜ ଘଡ଼ାଇ , ଅଜୟ କୁମାର ନନ୍ଦ , ବିନୋଦ ବିହାରୀ ଜେନା , ପ୍ରମୋଦ କୁମାର ପଣ୍ଡା , ନିକୁଞ୍ଜ ବିହାରୀ ସାମଲ  ପ୍ରମୁଖ ଙ୍କୁ  ସମ୍ମାନିତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ସଭାପତି ନିର୍ମଳ ଖୁଣ୍ଟିଆ , ସମ୍ପାଦକ ଅନିରୁଦ୍ଧ ମଲ , ସହସମ୍ପାଦକ କୁଶଧ୍ଵଜ ସାମଲ , ଆବାହକ ପ୍ରହ୍ଲାଦ ବେଉରିଆ , ଉପଦେଷ୍ଠା  ସାଗର ରଞ୍ଜନ ବେଉରିଆ , ଅରୁଣ କୁମାର ବିଶ୍ଵାଳ , ରଶ୍ମିରଞ୍ଜନ ପରିଡା , ବନମାଳୀ ବେହେରା  ଓ ଅନ୍ୟମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *