କଟକ ୦୮/୦୩/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା ) କଟକ ସଦର ଥାନା ଅନ୍ତର୍ଗତ ବାଲିକୁଦା ରଜକ ସାହିର ଆରାଧ୍ୟା ଦେବୀ ମା’ବୁଢ଼ୀ ମଙ୍ଗଳାଙ୍କ ପୀଠରେ ଅନୁଷ୍ଠିତ ୪୦ତମ ବିଶ୍ଵଶାନ୍ତି ମହାଯଜ୍ଞ ସମସ୍ତ ପ୍ରକାର ରୀତି ନୀତି ପୂଜା ପାଠ ସହ ଉଦଯାପିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରତ୍ୟେକ ସନ୍ଧ୍ୟା ରେ ଭଜନ, କୀର୍ତ୍ତନ, ଘୋଡାନାଚ , ସାଂସ୍କୃତିକ କାର୍ଯ୍ୟକ୍ରମ, ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସହ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି ଵିଭୁକୃପା ଲାଭ କରିବା ସହ ଅନ୍ନ ପ୍ରସାଦ ସେବନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ବାଲିକୁଦା ରଜକ ସାହିର ଜୟ ମା’ ବୁଢ଼ୀ ମଙ୍ଗଳା ନାଗରିକ କମିଟିର ସମସ୍ତ ସଦସ୍ୟ ପରିଚାଳନା କରିଥିଲେ।
ବୁଢ଼ୀ ମଙ୍ଗଳାଙ୍କ ପୀଠରେ ୪୦ତମ ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ
