ଜଗତସିଂହପୁର, ୨୨/୧୧/୨୦୨୩ (ଓଡ଼ିଶା ସମାଚାର)-ରାଜ୍ୟ ମାନବାଧିକାର ଆୟୋଗ ର ସଦସ୍ୟ ଶ୍ରୀ ଚିତ୍ତରଞ୍ଜନ ମହାପାତ୍ର ଦୁଇ ଦିନିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି ଗତକାଲି ସର୍କିଟ ହାଉସ ଠାରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରି ଓ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାହୁଲ ପି ଆର୍ ଙ୍କ ସହିତ ଜିଲ୍ଲାର ମାନବାଧିକାର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଆଜି ମାନ୍ୟବର ସଦସ୍ୟ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରି ବିଭିନ୍ନ ୱାର୍ଡ଼ରେ ରୋଗୀ ମାନଙ୍କର ସୁବିଧା ଅସୁବିଧା ପଚାରି ବୁଝିଥିଲେ। ଏହି ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଗ୍ନଜିତ୍ ରାଉତ ,ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ କ୍ଷେତ୍ରବାସୀ ଦାଶ ଉପସ୍ଥିତ ରହି ସମସ୍ତ ଆବଶ୍ୟକୀୟ ସୂଚନା ଦେଇଥିଲେ। ଏତଦ୍ ବ୍ୟତୀତ 5T ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିୟାନ ଙ୍କ ନିର୍ଦ୍ଦେଶନାରେ ଚାଲିଥିବା ସମସ୍ତ 5T ନିର୍ମାଣ କାର୍ଯ୍ୟକ୍ରମ ର ପରିଦର୍ଶନ କରି ଏହାର ଭୂରି ଭୂରି ପ୍ରଶଂସା କରିଥିଲେ।
ପରେ ସ୍ଥାନୀୟ ସର୍କିଟ ହାଉସ ଠାରେ ମାନ୍ୟବର ସଦସ୍ୟ ବିଭିନ୍ନ ବିଭାଗର ପଦାଧିକାରୀ ଙ୍କ ସହିତ ବିଭାଗୀୟ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ।ଏହି ବୈଠକରେ ଅଧିକ୍ଷଣ ଯନ୍ତ୍ରୀ, ଜଳସେଚନ, ଶ୍ରୀ ପ୍ରଦୀପ କୁମାର ନାୟକ,
ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ,ଶ୍ରୀ କିଶୋର କୁମାର କବି, ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରଦୀପ କୁମାର କେରକେଟା, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ବେହେରା, ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁନୀଲ କୁମାର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ନମିତା ରାଉତ ଉପସ୍ଥିତ ଥିଲେ।ମାନ୍ୟବର ସଦସ୍ୟ ଜିଲ୍ଲାରେ ମାନବାଧିକାର ସ୍ଥିତି ରେ ସନ୍ତୋଷ ପ୍ରକାଶ କରିଥିଲେ। ଆଗାମୀ ଦିନରେ ଯେପରି କୌଣସି ମାନବାଧିକାର ର ଉଲ୍ଲଂଘନ ନ ହୁଏ ସେଥିପ୍ରତି ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ।
ରାଜ୍ୟ ମାନବାଧିକାର ଆୟୋଗ ସଦସ୍ୟ ଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତ
