ସିନେ ପ୍ରଯୋଜକଙ୍କ ବିୟୋଗରେ ଶୋକସଭା

ଭୁବନେଶ୍ୱର,୧୦/୦୨/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ତଥା ଦର୍ଶନ ମୁ୍ୟଜିକର ପ୍ରତିଷ୍ଠାତା ଜ୍ଞାନରଂଜନ ପ୍ରିୟଦର୍ଶନଙ୍କର ଅକାଳ ବିୟୋଗ ଘଟିଛି । ହୃଦଘାତରେ ଆକ୍ରାନ୍ତ ହୋଇ ଗତକାଲି ରାତି୍ରରେ ମାତ୍ର ୪୮ ବର୍ଷ ବୟସରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ଏକମାତ୍ର ପୁତ୍ର ଲଣ୍ଡନରେ ଉଚ୍ଚଶିକ୍ଷା ଗ୍ରହଣ କରୁଛନ୍ତି । ଜ୍ଞାନରଞ୍ଜନଙ୍କ ପ୍ରଯୋଜିତ ଚଳଚ୍ଚିତ୍ର ‘ମୋତେ ବୋହୂକରି ନେଇ ଯା’ ଦର୍ଶକଙ୍କ ଦ୍ୱାରା ବେଶ୍ ଆଦୃତ ହୋଇଥିଲା ଏବଂ ବିଦେଶରେ ଏହାର ସମସ୍ତ ସୁଟିଂ ଶେଷ ହୋଇଥିଲା । ‘ଦର୍ଶନ’ମୁ୍ୟଜିକ୍ ମାଧ୍ୟମରେ ସେ ଅନେକ କଣ୍ଠଶିଳ୍ପୀଙ୍କ ପାଇଁ ପରିଚୟ ସୃଷ୍ଟି କରିଥିଲେ ।
ଜ୍ଞାନରଞ୍ଜନଙ୍କ ପରଲୋକରେ ସିନେକ୍ରିଟିକ୍ ଆସୋସିଏସନ୍ ଏବଂ ‘ସଂସ୍କୃତି ଓ ସଂସ୍କୃତି’ ପକ୍ଷରୁ ବୁଦ୍ଧ ମନ୍ଦିର ଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ପ୍ରଦୋଷ ପଟ୍ଟନାୟକ, ସମ୍ପାଦକ ଦିଲ୍ଲୀପ ହାଲି, ପ୍ରଯୋଜକ ଲୁଟୁ ମହାନ୍ତି, ରବୀନ୍ଦ୍ର ବିଶ୍ୱାଳ, ଡ. ତନ୍ମୟ ସ୍ୱାଇଁ, ଡ. ରଜନୀ ରଂଜନ, କେ.ସି. ସ୍ୱାଇଁ, ମଂଟୁ ସିଂ, ସମୀର ରାଉତ ପ୍ରମୁଖ ଯୋଗଦେଇ ତାଙ୍କର ଗୁଣାବଳୀ ଆଲୋଚନା କରିଥିଲେ । ପରଲୋକଗତ ଆତ୍ମାର ସଦ୍ଗତି ପାଇଁ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *