କଟକ ସଦର , ୦୮/୦୩/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ସୋମପୁର ପଞ୍ଚାୟତର ଜଣାଶୁଣା ସମାଜସେବୀ ଦୂର୍ଗା ପ୍ରସାଦ ନାୟକ (ଟୁକୁନା)ଙ୍କର ଆଜି ରବିବାର ଦିନ ୬୯ ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିଥିବା ଜଣାପଡିଛି। ସ୍ୱର୍ଗତ ଦୂର୍ଗା ପ୍ରସାଦ ସରକାରୀ ଚାକିରିରେ ଥାଇଁ ଏବଂ ଅବସର ଗ୍ରହଣ କରିବା ପରେ ମଧ୍ୟ ସମାଜସେବା ରେ ନିଜକୁ ନିୟୋଜିତ କରିଥିଲେ।
ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷ ସତ୍ୟ ଜେନା ଙ୍କ ସମେତ ସରପଂଚ ପୀତାମ୍ବର ଦାସ, ପୂର୍ବତନ ସରପଂଚ ରୁପକ ସ୍ୱାଇଁ, ପୂର୍ବତନ ସରପଂଚ ଙ୍କ ପ୍ରତିନିଧି ଶକ୍ତି ପ୍ରସାଦ ସ୍ୱାଇଁ, ପୂର୍ବତନ ସମିତି ସଭ୍ୟ ଅଶୋକ ବେହେରା,ଇନ୍ଦୁ ଭୂଷଣ ବେହେରା,ସକିଲ ଅହେମଦ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଶେଷ ଦର୍ଶନ କରିବା ସହିତ ଶଵାଧାରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସୂଚନାଯୋଗ୍ୟ ଯେ ସ୍ୱର୍ଗତ ଦୂର୍ଗା ପ୍ରସାଦ ସର୍ବତ୍ର ଟୁକୁନା ସ୍ୱାଇଁ ଭାବେ ପରିଚିତ ଥିଲେ। ତାଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ନିକଟରେ ଅବସର ନେଇଥିବା ଶିକ୍ଷୟିତ୍ରୀ ପତ୍ନୀଙ୍କ ସହିତ ଏକମାତ୍ର କନ୍ୟା ଥିବା ଜଣାଯାଇଛି।
