ଶ୍ରୀ ଶ୍ରୀ ହନୁମାନଙ୍କ ସପ୍ତଦଶ ତମ ବାର୍ଷିକ ଜନ୍ମ ଉତ୍ସବ ଓ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା

କଟକ ୦୫/୦୩/୨୦୨୬ (ଓଡିଶା ସମାଚାର /ଅଭୟ ଜେନା) କଟକ ସଦର ଥାନା ଅନ୍ତର୍ଗତ ବିଶ୍ଵ।ଳପଡା ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଗ୍ରାମେଶ୍ୱରଙ୍କ ପୀଠରେ ଅବସ୍ଥିତ ଶ୍ରୀ ଶ୍ରୀ ହନୁମାନଙ୍କ ସପ୍ତଦଶତମ ଜନ୍ମବାର୍ଷିକ ଉତ୍ସବ ଓ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ ଆଜି ଅପରାହ୍ନରେ ବିଶ୍ୱ।ଳପଡା ଏବଂ ସଵଳପୁର ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ମହିଳା ଓ ପୁରୁଷମାନେ ଗ୍ରାମେଶ୍ୱରଙ୍କ ପବିତ୍ର ପୁଷ୍କରିଣୀରୁ କଳସୀରେ ଜଳ ଉତ୍ତୋଳନ କରି  ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ‌‌ହନୁମାନଙ୍କ ପୀଠସ୍ଥଳରେ ପହଞ୍ଚିଥିଲେ। ଗ୍ରାମବାସୀଙ୍କ ସକ୍ରିୟ ସହଯୋଗରେ ବିଶ୍ଵଶାନ୍ତି ମହାଯଜ୍ଞ ୪ ଦିନ ଧରି ଅନୁଷ୍ଠିତ ହୋଇ ଆସନ୍ତା ୮ ତାରିଖରେ ପୂର୍ଣ୍ଣାହୁତି ହେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *