୫ ବର୍ଷ ବୟସରେ କୁନି ଝିଅ ଆରାଧ୍ୟା ର କମାଲ, ଦେଶ ରାଜ୍ୟ ଓ ଜିଲ୍ଲାର ନାମ ସହ ବିଭିନ୍ନ ବିଷୟରେ ବକ୍ତବ୍ୟ ରଖୁଛି

ମାହାଙ୍ଗା, ୦୭/୧୨/୨୦୨୫ (ଓଡିଶା ସମାଚାର /ଅଭୟ ଜେନା ) କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ଉଷୁମା ପଂଚାୟତ ଉଷୁମା ଗ୍ରାମର  ୫ ବର୍ଷର କୁନି ଝିଅ ଆରାଧ୍ୟା ସାହୁ ଏବେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ହୋଇଛନ୍ତି । ପ୍ରାୟ ୪ ବର୍ଷ ବୟସରୁ ଆରାଧ୍ୟା ଙ୍କ ମାମା ସସ୍ମିତା ପାଠ ସହ ସାଧାରଣ ଜ୍ଞାନତଥା ବିଭିନ୍ନ ବିଷୟରେ ପଢ଼ାଇବା ବେଳେ ତାର ଜିଜ୍ଞାସା ସମ୍ପର୍କ ରେ ଉପଲବ୍ଧି କରନ୍ତି । ଏଣୁ ଝିଅର ଜ୍ଞାନର ଅଭିବୃଦ୍ଧି ନିମନ୍ତେ ଉଦ୍ୟମ ଜାରିରଖିଛନ୍ତି । ଏବେ ଆରାଧ୍ୟା ଏରକଣା ସ୍ଥିତ ସତ୍ୟ ସାଇ ଶିଶୁ ବିଦ୍ୟା ବିହାରରେ କେଜି ୱାନ ରେ ଅଧ୍ୟୟନ କରୁଛନ୍ତି ।

ତାଙ୍କ ମୁହଁରେ ଦେଶର ବିଭିନ୍ନ ରାଜ୍ୟର ନାମ, ରାଜ୍ୟର ରାଜଧାନୀ, ଓଡ଼ିଶାର କେତୋଟି ଜିଲ୍ଲା ଓ ତାହାର ନାମ ସହ ଜାତୀୟ ସଙ୍ଗୀତ ଓ ଦେଶାତ୍ମକ ଗୀତ ଗାଇବା ସହ ଭଲ ବକ୍ତୃତା ପ୍ରଦାନ କରୁଛନ୍ତି  । ଏହାଛଡା ଇଂରାଜୀ ଓ ଓଡିଆରେ ଗୀତା, ଭାଗବତ, ରାମାୟଣ, ଲକ୍ଷ୍ମୀପୁରାଣ ଠାରୁ ଆରମ୍ଭ କରି ବହୁ ପ୍ରାଚୀନ ପୁସ୍ତକ ର ଲେଖକ ଙ୍କ ନାମ କହୁଛନ୍ତି ।ଏତଦବ୍ୟତୀତ ଜାତୀୟ ପଶୁ,ପକ୍ଷୀ, ଜାତୀୟ ନୀତି ସହ ରାଇମ୍ସ ମଧ୍ୟ ଆରଧ୍ୟା ଙ୍କ ମୁହଁରେ ଅନର୍ଗଳ ବାହାରୁଛି । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି ରାଜ୍ୟର ପ୍ରଥମ ମନ୍ତ୍ରୀ ଓ ମହାନ ବ୍ୟକ୍ତି ଙ୍କ ନାମ ମଧ୍ୟ ନିଜ ମୁହଁରେ କହୁଛନ୍ତି । ତେଣୁ ୫ ବର୍ଷ ଭିତରେ ଅନେକ କଥା ମନେ ରଖିବା ସହ ପାଠ ପଢା ରେ ମଧ୍ୟ ୧ ନମ୍ବର ସ୍ଥାନ ଅଧିକାର କରିଛନ୍ତି । ଏଭଳି ଦକ୍ଷତା ପାଇଁ ସତ୍ୟ ସାଇ ଶିଶୁ ବିଦ୍ୟା ମନ୍ଦିର ର ସମସ୍ତ ଗୁରୁଜୀ ଗୁରୁମା ଙ୍କ ସମେତ ଗ୍ରାମବାସୀ ମାନେ ବେସ ତାରିଫ କରୁଛନ୍ତି । ଉଲ୍ଲେଖ ନୀୟ ଯେ, କୁନି ଝିଅ ଆରାଧ୍ୟା ହେଉଛି ସାମ୍ବାଦିକ ଅର୍ଜୁନ ସାହୁ ଓ ପତ୍ନୀ ସସ୍ମିତା ସାହୁ ଙ୍କ ଆଦରଣୀୟା କନ୍ୟା ।

Leave a Reply

Your email address will not be published. Required fields are marked *