ସାଇ ମନ୍ଦିରରେ ଗୁରୁ ପୂର୍ଣ୍ଣିମା ଉତ୍ସବର ପୂର୍ଣ୍ଣାହୁତି

ନିରାକାରପୁର, ୨୨/୭/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁରସ୍ଥିତ ସାଇ ମନ୍ଦିର ପରିସରରେ ଗୁରୁ ପୂର୍ଣ୍ଣିମା ଉତ୍ସବର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ସମାପନ ହୋଇଯାଇଛି। ୧୯ ତାରିଖ ରୁ ୨୧ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଗୁରୁ ପୂର୍ଣ୍ଣିମା ଉତ୍ସବରେ ଦୈନଦିନ ହୋମ, ଯଜ୍ଞ,ନାମ ସଙ୍କୀର୍ତ୍ତନ ଆଦି ଅନୁଷ୍ଠିତ ହେବା ସହିତ ୨୦ ତାରିଖରେ ସାଇ ଙ୍କ ନଗର ପରିକ୍ରମା ଅନୁଷ୍ଠିତ ହୋଇଥିଲା।ଆଜି ଅନ୍ତିମ ଦିବସରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶହ ଶହ ଭକ୍ତଙ୍କ ସହିତ ସଂକଳ୍ପ ଧାରୀ ସାଇ ପ୍ରେମୀ ମହିଳା, ପୁରୁଷ ମାନେ ସାଇ ଙ୍କ ପୂଜା ଅର୍ଚ୍ଚନା କରିବା ସହିତ କଳସ ବିସର୍ଜନ କରିଥିଲେ। ପୂର୍ଣ୍ଣାହୁତି ଭକ୍ତ ମାନେ ପୁଷ୍ପାଞ୍ଜଳି ପ୍ରଦାନ କରି ସାଇ ଙ୍କ କୃପା ଲାଭ କରିଥିଲେ। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ଖୋର୍ଦ୍ଧା ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଆସି ସାଇ ଙ୍କ ଆଶିଷ ଲାଭ କରିଥିଲେ।

Leave a Reply

Your email address will not be published. Required fields are marked *