ଭୁବନେଶ୍ୱର,୦୪/୦୩/୨୦୨୬ (ଓଡ଼ିଶା ସମାଚାର)-ପୁଣି ଥରେ ରାଜଧାନୀ ଭୁବନେଶ୍ୱରରେ କମିଶନରେଟ୍ ପୋଲିସ ଏକ ସିମ୍ ବକ୍ସ ରାକେଟର ପର୍ଦ୍ଧାଫାସ କରିଛି । ଚନ୍ଦ୍ରଶେଖର ଥାନା ଅଂଚଳରୁ ସିମ୍ ବକ୍ସ ଜବତ ହୋଇଛି । ମୋଟ ୧୨ଟି ସିମ୍ ବକ୍ସ ମିଳିଥିବା ଜଣାପଡ଼ିଛି । ଏହା ସହିତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଉଭୟ ଅଭିଯୁକ୍ତ କେରଳ ରାଜ୍ୟର । ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଟିମ୍ ଚଢ଼ଉ କରି ସିମ୍ ବକ୍ସ ଜବତ କରିଛି । ଏମାନେ ବାଂଲାଦେଶର ବକ୍ସ ଏବଂ ଆସାମରୁ ସିମ୍ କିଣି ଭୁବନେଶ୍ୱରରେ କାମ କରୁଥିଲେ ।
ଏମାନେ ମଧ୍ୟ ପ୍ରାଚ୍ୟ ଦେଶର କଲ୍ କୁ ଲୋକାଲ୍ କଲ୍ ରେ ପରିବର୍ତନ କରି ଲୋକଙ୍କୁ ଲୁଟୁ ଥିଲେ । ସୂଚନାଯୋଗ୍ୟ ଯେ ୨୦୨୪ ମସିହାରେ ଲକ୍ଷ୍ମୀସାଗର ଅଂଚଳରୁ ସିମ୍ ବକ୍ସ ଜବତ କରାଯାଇଥିଲା । ସିମ୍ ବକ୍ସ ଜରିଆରେ ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟ ଦେଶରୁ କଲ୍ ଆସୁଥିଲା । ମାଷ୍ଟର ମାଇଣ୍ଡ ବାଂଲାଦେଶୀ ନାଗରିକ ଆଶାଦ୍ଧୁର ଜମାନ ଥିଲା । ସେହିପର ପଶ୍ଚିମବଙ୍ଗର ରାଜୁ ମଣ୍ଡଳ ଏଜେଂଟ ଭାବେ କରୁଥିଲା । ମୋଟ ୫ଟି ସିମ୍ ବକ୍ସ ସହ ୨୫୫ ସିମ୍ ଆକ୍ଟିଭ ସିମ୍ ମିଳିଥିଲା । ପ୍ରାୟ ୧ ହଜାର ସିମ୍ ମିଳିଥିବାବେଳେ ସେଥିରୁ ୫୮ଟି ଅବ୍ୟବହୃତ ଥିଲା ।
