ଆଦର୍ଶ ଶିକ୍ଷକ ସ୍ବର୍ଗତ ବାଟକୃଷ୍ଣ ସେଠୀଙ୍କ  ପ୍ରଥମ ଶ୍ରାଦ୍ଧ ବାର୍ଷିକ 

ପାଟକୁରା,୦୪/୦୮/୨୦୨୫ (ଓଡ଼ିଶା ସମାଚାର)ଗରଦପୁର ବ୍ଲକ ଅଧୀନ ପଳସୁଧା ଗ୍ରାମ ପଞ୍ଚାୟତ ର କହଣା ଗ୍ରାମ ର ଆଦର୍ଶ ପ୍ରଧାନ ଶିକ୍ଷକ ସ୍ଵର୍ଗତ ବଟକୃଷ୍ଣ ସେଠୀ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ତାଙ୍କ ବାସଭବନରେ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା ।

ପୂର୍ବତନ ସରପଞ୍ଚ ତଥା ବିଜେଡି ନେତା ରବିନ୍ଦ୍ର ମହାପାତ୍ର ଙ୍କ ସଭାପତିତ୍ବରେ ଆୟୋଜିତ ସ୍ମୃତି ସଭା ରେ ମୁଖ୍ୟ ଅତିଥି ଭାବେ ପଟକୁରାର ପୂର୍ବତନବିଧାୟକ, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଟ ରାଜନେତା  ବିଜୟ ମହାପାତ୍ର ଯୋଗଦେଇ  ସ୍ଵର୍ଗତ ସେଠୀ ଙ୍କ ଫଟୋଚିତ୍ରରେ ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଜଣାଇଥିଲେ ଓ  ସ୍ବର୍ଗତ ସେଠୀଙ୍କ ସହିତ ଥିବା ତାଙ୍କ ସମ୍ପର୍କ ବିଷୟରେ ସ୍ମୃତି ଚାରଣ କରିଥିଲେ ।

ସ୍ବର୍ଗତ ପ୍ରଧାନ ଶିକ୍ଷକଙ୍କ ସ୍ମୃତିରେ ପ୍ରକାଶିତ ସ୍ମରଣିକାକୁ ରାଜନେତା ବିଜୟ ମହାପାତ୍ର ଉନ୍ମୋଚିତ କରିଥିଲେ ।

ଆଜିର ଆୟୋଜିତ ସ୍ମୃତି ସଭା ରେ ଅନ୍ୟ ସମ୍ମାନିୟ ଅତିଥି ମାନଙ୍କ ମଧ୍ୟରେ ବିଜେଡି ନେତା ସୁକାନ୍ତ ଦ୍ବିବେଦୀ, ବିଜେଡି ଯୁବନେତା କ୍ଷିତୀଶ ଚନ୍ଦ୍ର ଦାଶ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ ଜେନା, ପୂର୍ବତନ ସରପଞ୍ଚ ଅନୁଜ ମହାନ୍ତି, ତ୍ରିଲୋଚନ ଜେନା, ପୂର୍ବତନ ସରପଞ୍ଚ ଅଶୋକ ଜେନା, ସୁକାନ୍ତ ନାୟକ, ବାନାମ୍ବର ପୃଷ୍ଟି,ରତ୍ନାକର ନାୟକ ପ୍ରମୁଖ ଯୋଗଦାନ କରି ସ୍ବର୍ଗତ ପ୍ରଧାନ ଶିକ୍ଷକ ଙ୍କ ସ୍ମୃତି ଚାରଣ କରିଥିଲେ । ଆୟୋଜିତ ସମସ୍ତ କାର୍ୟ୍ୟକ୍ରମକୁ ବଡ଼ପୁଅ ସମାଜସେବୀ ଓମ୍ ପ୍ରକାଶ ସେଠୀ ସଂଚାଳନ କରିଥିଲେ ।

Leave a Reply

Your email address will not be published. Required fields are marked *