ମା’ବିିରଜାଙ୍କ ସ୍ୱନକ୍ଷତ୍ର ପାଇଁ ଶ୍ରୀ ବିରଜା ସେବା ସମିତିର ପ୍ରସ୍ତୁତି ବୈଠକ

ଯାଜପୁର, ୩୦/୦୧/୨୦୨୪ (ଓଡ଼ିଶା ସମାଚାର)- ଶ୍ରୀ ବିରଜା ସେବା ସମିତିର ମା’ବିରଜାଙ୍କ ସ୍ୱନକ୍ଷତ୍ର ପାଇଁ ମାସିକ ବୈଠକ ସଭାପତି ଶ୍ରୀ ବିଶ୍ୱମ୍ଭର ମିଶ୍ରଙ୍କ ଅଧ୍ୟକ୍ଷତାରେ ମା’ବିରଜାଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ କ୍ଷୀରୋଦ ଚନ୍ଦ୍ର ପାଠୀ ଗତ ବୈଠକର ବିବରଣୀ ପାଠ କରିଥିଲେ । ଉପସଭାପତି ପ୍ରମୋଦ କୁମାର ଦ୍ୱିବେଦୀ ମା’ଙ୍କର ସ୍ୱନକ୍ଷତ୍ରା ଆସନ୍ତା ଫେବୃୟାରୀ ୯ ତାରିଖ ଶୁକ୍ରବାର ପଡ଼ୁଥିବାରୁ ଆମ ସେବା ସମିତିର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବାକୁ ପ୍ରସ୍ତାବ ଦେଲେ । ପ୍ରତିବର୍ଷପରି ଯାଜପୁର ପୌରପାଳିକା ଓ ତାହାର ନିକଟବର୍ତି ଉଚ୍ଚ ବିଦ୍ୟାଳୟ ମାନଙ୍କର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ “ବିରଜା ଚେତନାରେ ଯାଜପୁର” ଶୀର୍ଷକ ପ୍ରବନ୍ଧ ଉପରେ ଏକ ରଚନା ପ୍ରତିଯୋଗିତା ବିରଜା ହାଇସ୍କୁଲ ପରିସରରେ ଥିବା ପୂର୍ଣ୍ଣାନନ୍ଦ ମିଶ୍ର ପାଠାଗାରରେ ତା ୦୩/୦୨/୨୦୨୪ ଶନିବାର ଦିବା ୧୧ ଘଟିକାରେ ହେବ । ପ୍ରତିଯୋଗୀମାନେ ସେଠାରେ ପହଂଚି ସେଠାରେ ଉପସ୍ଥିତ ଥିବା ସଭାପତି ଶ୍ରୀ ମିଶ୍ର ଓ ସମ୍ପାଦକ ଶ୍ରୀ ପାଠୀଙ୍କୁ ନିଜ ବିଦ୍ୟାଳୟରୁ ଆଣିଥିବା ଚିଠି ସହ ସାକ୍ଷାତ କରିବେ । ମା’ଙ୍କ ସ୍ୱନକ୍ଷତ୍ର ଉତ୍ସବ ତା ୦୯/୦୩/୨୦୨୪ ଦିବା ୩ ଘଟିକା ସମୟରେ ମନ୍ଦିର ପରିସରରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ । ମା’ବିରଜା ଓ ବିରଜା କ୍ଷେତ୍ର ସମ୍ପର୍କରେ ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜଣେ ଭକ୍ତଙ୍କୁ ସେହି ଦିନ ସମ୍ବର୍ଦ୍ଧିତ କରାଯିବ । ଏ ବର୍ଷ ଯାଜପୁରର ଗୌରମ ସଂସ୍କୃତବିତ୍ ପଣ୍ଡିତ ଡଃ ଜ୍ଞାନରଂଜନ ପତିଙ୍କୁ ସମ୍ବର୍ଦ୍ଧିତ କରାଯିବାକୁ ସଭାରେ ନିଷ୍ପତି ହେଲା । ପ୍ରତିବର୍ଷ ପରି ମନ୍ଦିରର ମ୍ୟାନେଜିଂ ଟ୍ରଷ୍ଟି ଗୋପିନାଥ କୁଅଁରଙ୍କୁ ଉତ୍ସବରେ ପୌରହିତ୍ୟ କରିବାକୁ ଅନୁରୋଧ କରାଯିବ । ସମସ୍ତ ଭକ୍ତ ଓ ସଭ୍ୟ ବହୁସଂଖ୍ୟାରେ ଯୋଗଦେବା ପାଇଁ ଅନୁରୋଧ କରାଯାଇଛି । ଉକ୍ତ ଆଲୋଚନାରେ ସଭ୍ୟ ମଧୁସୂଦନ ମହାନ୍ତି, ଗଦାଧର ରାଉତ, କୋଷାଧ୍ୟକ୍ଷ ହରିହର ବେହେରା, ହିସାବ ନିରୀକ୍ଷକ ରମେଶ ଚନ୍ଦ୍ର ରାଉତ, ବ୍ରଜକିଶୋର ମହାନ୍ତି, ଚିରଂଜନ ରାଉତ, ଧନଞ୍ଜୟ କେଶରୀ ରାଉତରାୟ, ସତ୍ୟରଂଜନ ବରାଳ, କୃଷ୍ଣ ଚନ୍ଦ୍ର ମିଶ୍ର, ରାମକୃଷ୍ଣ ବେହୁରିଆ, ନିଶିଥ୍ କୁମାର ଦାସ, ବିଷ୍ଣୁ ଚରଣ ଲେଙ୍କା, ଜଗତ୍ ନାୟକ, ଧିରେନ୍ଦ୍ର କୁମାର ରାୟ, ବ୍ରହ୍ମାନନ୍ଦ ସ୍ୱାଇଁ, ପ୍ରମୋଦ କୁମାର ନାୟକ ଓ ସମ୍ବାଦିକ ବିରଜା ପ୍ରସାଦ ପାଣି ଓ ଦେବୀ ପ୍ରସଦ ପାଣି ଅଂଶ ଗ୍ରହଣ କରିଥିଲେ । ସଭାରେ ୨୦୨୪ ମସିହାରେ ନୂତନ ଆଜୀବନ ସଭ୍ୟ ମାନଙ୍କୁ ସ୍ୱାଗତ କରାଗଲା । ଶେଷରେ ଯୁଗ୍ମ ସମ୍ପାଦକ ବୃନ୍ଦାବନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *