ନୂଆ-ଓ: ବିଶ୍ବ ଓଡ଼ିଆ ସାହିତ୍ୟ ସମ୍ମିଳନୀ ଉଦଯାପିତ

ଲକ୍ଷ୍ମୀପୁର,୩୦ /୦୧/୨୦୨୪ (ଓଡ଼ିଶା ସମାଚାର/ ପ୍ରମୋଦ ଜେନା)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ର ଆୟୋଜନ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଯାପନୀ ଉତ୍ସବ ବଡ ଉତ୍ସାହର ସହ ପାଳିତ ହୋଇଯାଇଛି।ଅନୁଷ୍ଠାନର ଅଧ୍ୟକ୍ଷ ଗିରିଜା ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ଝିନ୍ନ ହିକକା, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା,କୋରାପୁଟ ନଗରପାଳ ଲଲାଟ ରଞ୍ଜନ ସେଠୀ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଶୁଆଇ କୁଲେସିକା, କୌଶଲ୍ୟା ହିକକା, ଯୁକ୍ତ ତିନି ଅଧ୍ୟକ୍ଷ ବିଜୁ ମୁଦୁଲି ଯୋଗ ଦେଇ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପାଖରେ ପୂଜାର୍ଚ୍ଚନା କରି ପ୍ରଦୀପ ପ୍ରଜ୍ବଳନ କରିଥିଲେ। ପରେ ସଭା କାର୍ୟ୍ୟ ଆରମ୍ଭ ହେବା ପୂର୍ବରୁ ନୋଡାଲ ଅଧିକାରୀ ଡ.ଜଗନ୍ନାଥ ରଥ ଅତିଥି ପରିଚୟ ପ୍ରଦାନ କରିବା ସହ ଏହି କାର୍ୟ୍ୟ ୧୨ତାରିଖରୁ ଆରମ୍ଭ ହୋଇ ଆଜିଯାଏଁ ଅନୁଷ୍ଠିତ ହୋଇଥିବା ପ୍ରତ୍ୟେକ ବିଷୟ ବର୍ଣ୍ଣନା କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ହିକକା ଓଡ଼ିଆ ଭାଷାର ବିଭିନ୍ନ ଦିଗ ତଥା ଏହାର ବିକାଶ,ପ୍ରଚାର ପ୍ରସାର କୁ ନେଇ ଆଲୋକପାତ କରିଥିବା ବେଳେ ସମ୍ମାନୀତ ଅତିଥିମାନେ ଜଗନ୍ନାଥ ସଂସ୍କୃତି ଏବଂ ଓଡ଼ିଆ ଭାଷା ଓ ନିଜ ମାତୃ ଭାଷା ର ସଠିକ୍ ଓ ବହୁଳ ବ୍ୟବହାର ଉପରେ ମତବ୍ୟକ୍ତ କରିଥିଲେ। ଦିର୍ଘ ୧୮ ଦିନ ଧରି ଚାଲିଥିବା ଏହି କାର୍ୟ୍ୟକ୍ରମରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ସାହିତ୍ୟ ଭିତ୍ତିକ ପ୍ରତିଯୋଗିତା ଯଥା ହସ୍ତାକ୍ଷର,ପ୍ରବନ୍ଧ ଲିଖନ,ଓଡ଼ିଆ ଗୀତ,ଓଡ଼ିଆ ଭଜନ, ଗଳ୍ପ କଥନ, ଲୋକନୃତ୍ୟ, ଓଡ଼ିଆ ଖାଦ୍ୟ ପ୍ରସ୍ତୁତି ,କୁଇଜ୍, ବକ୍ତୃତା  ଇତ୍ୟାଦି ଅନୁଷ୍ଠିତ ହୋଇଥିଲା।ଏହି ସବୁ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ କିଛି ସାମ୍ବାଦିକ ଓ ମଞ୍ଚାଷିନ ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଲୋକ ନୃତ୍ୟ ଓ ଢେମସା ନୃତ୍ୟ ପରିବେଷଣ କରାଯାଇଥିଲା। ଏଥିରେ ବିଚାରକ ଭାବେ ସନ୍ତୋଷିନୀ ଦାସ,ମହିମା ରାଣୀ ରାଜୁ ଓ ବୈଶାଖୀ ଦୀପ ଯୋଗ ଦେଇଥିଲେ।ଏହି କାର୍ୟ୍ୟକ୍ରମରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *