ପରମହଂସ ପଞ୍ଚାୟତ ର ୧୦ ଜଣ ୱ।ର୍ଡ ସଭ୍ୟ/ସଭ୍ୟା ଙ୍କ ସମୁହ ଇସ୍ତଫା 

କଟକ ସଦର,୩୦/୦୫/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବ୍ଲକ ଅନ୍ତର୍ଗତ ପରମହଂସ ପଞ୍ଚାୟତ ସରପଂଚ ତ୍ରିଲୋଚନ ପାତ୍ର (ଅଶୋକ)ଙ୍କ ମନୋମୁଖୀ କାର୍ଯ୍ୟକ୍ରମ କୁ ବିରୋଧକରି ୧୬ ଜଣ ୱ୍।ର୍ଡ ସଭ୍ୟ/ସଭ୍ୟା ତାଙ୍କ ନାଁରେ ଅନାସ୍ଥା ଆଣିଥିଲେ। ହେଲେ ଗତ ୨୧ ତାରିଖ  ଅନାସ୍ଥା ଭୋଟ ଦିନ ଅନାସ୍ଥା ପ୍ରସ୍ତାବ ଆଗତ କାରୀଙ୍କ ମଧ୍ୟରୁ ୬ ଜଣ ଅନୁପସ୍ଥିତ ରହିବା ରୁ କୋରମ ଅଭାବରୁ ତାହା ବାତିଲ ହୋଇଥିଲା।

ଏଥିରେ ଅତ୍ୟନ୍ତ ମର୍ମାହତ ହୋଇ ନିଜର ସମ୍ମାନ ରଖିବାକୁ ଯାଇଁ ନାଏବ ସରପଂଚ, ସରପଂଚ ଙ୍କ ନିଜ ୱ।ର୍ଡ ସହିତ ୧୦ ଜଣ ୱ।ର୍ଡ ସଭ୍ୟ/ ସଭ୍ୟା ପଦବୀ ରୁ ଇସ୍ତଫା ଦେଇ ନିଜ ନିଜର ଇସ୍ତଫା ପତ୍ର ଡାକ ଯୋଗେ ସରପଂଚ ଓ ଉପଜିଲ୍ଲାପାଳଙ୍କ ନିକଟକୁ ପଠାଇଥିବା ଜଣାପଡିଛି। ଅନ୍ୟପକ୍ଷରେ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଥିବା ସରପଂଚ ଙ୍କର ଯଦିଓ ଏଥିରେ କିଛି କ୍ଷତି ହେବନାହିଁ ହେଲେ ଉନ୍ନୟନ କାର୍ଯ୍ୟ ପାଇଁ ପଞ୍ଚାୟତ ବୈଠକରେ ପ୍ରକଳ୍ପ ମଞ୍ଜୁରୀ ପାଇଁ ଅନ୍ତରାୟ ସୃଷ୍ଟି ହେବା ସମ୍ଭାବନା କୁ ଏଡେଇ ଦେଇ ହେବ ନାହିଁ। ତେବେ ଆଗକୁ ପଞ୍ଚାୟତର ଭବିଷ୍ୟତ କେଉଁ ଆଡକୁ ଗତି କରୁଛି ତାକୁ କେବଳ ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *