କଟକ ୦୧/୦୩/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )-ମାର୍ଚ୍ଚ ୧ ତାରିଖ ରବିବାର ସକାଳ ୧୦ ଘଟିକା ସମୟରେ ଦେବଶ୍ରୀ ଛାଟୋଇଙ୍କ ପ୍ରଚେଷ୍ଟା ରେ ଓଡିଶାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଆମ ସାଥିରେ ପରିବାର ତରଫରୁଐତିହାସିକ ସଂସ୍କୃତି ସମ୍ପନ୍ନ ସହର କଟକ ବିଡାନାସୀ ସ୍ଥିତ ଚହଟା ଶିବ ମନ୍ଦିର ପ୍ରାଙ୍ଗଣ ରେ ଖୁବ୍ ଆଡମ୍ବର ସହିତ ଵିଶ୍ୱ ଦହିବରା ଆଳୁଦମ ଦିବସ ପାଳିତ ହୋଇ ଯାଇଛି। ଅତିଥି ରୂପେ ସମାଜସେବକ ଅଭୟ ପଟ୍ଟନାୟକ, ଦୌଡରାଣୀ ଦୂତୀ ଚାନ୍ଦ, ସୁଶାନ୍ତ ପାତ୍ର, ପ୍ରଫେସର ସେକ କଲିମ ଉଲ୍ଲା ଙ୍କ ସମେତ ବହୁ ବିଶିଷ୍ଟ ଵ୍ୟକ୍ତି ଯୋଗଦାନ କରିଥିଲେ। ୫୦୦ରୁ ଉର୍ଦ୍ଧ କଟକିଆ ଆନନ୍ଦ ଉଲ୍ଲାସରେ ଦହିବରା ଖାଇ କଟକର ପ୍ରସିଦ୍ଧ ଦହିବରା-ଆଳୁଦମକୁ (ଜିଆଇ ମାନ୍ୟତା) ଦେବା ପାଇଁ ଦାବି କରିଥିଲେ।
ଆମସାଥିରେ ପରିବାର କଟକ ତରଫରୁ ଦହିବରା ଆଳୁ ଦମ ଦିବସ ପାଳିତ
