ଶୃଙ୍ଖଳିତ କାଳୀ ଭସାଣି ପାଇଁ ଶାନ୍ତି କମିଟିର କୃତଜ୍ଞତା

କଟକ,୨୭/୧୦/୨୦୨୫(ଓଡ଼ିଶା ସମାଚାର)- କଟକ ସହରର ମହାକାଳୀଙ୍କ ଭସାଣୀ ଶୋଭାଯାତ୍ରା ଶାନ୍ତି ଶୃଙ୍ଖଳା ସହ ମହାସମାରୋହରେ ସମାପ୍ତ ହୋଇଥିବାରୁ କଟକ ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ରନାଥ ସାହୁ ଓ ସାଧାରଣ ସମ୍ପାଦକ ଭିକାରୀ ଦାସ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି । ଦୁର୍ଗାପୂଜା ଭସାଣି ଦିନ ଯେଉଁ ଅଘଟଣ ଘଟିଲା ସେଥିପାଇଁ କଟକ ସହରବାସୀଙ୍କ ମନରେ ଶଙ୍କା ଉପୁଜିଥିଲା ।

କିନ୍ତୁ ସମସ୍ତ ଶଙ୍କାକୁ ପଛରେ ପକାଇ ଉଭୟ ସମ୍ପ୍ରଦାୟ ମିଳିତ ଭାବେ କାଳୀ ଭସାଣି ଉତ୍ସବକୁ ମହାସମାରୋହରେ ଆଶାତୀତ ଭାବେ ସଫଳ କରାଇ ପୁନର୍ବାର ଭାଇଚାରାର ସମ୍ପର୍କର ଏକ ନିଦର୍ଶନ ପ୍ରତିପାଦିତ କରିଥିଲେ । ଏହି ସଫଳତା ପାଇଁ ସମସ୍ତ ନିର୍ବାଚିତ ଜନ-ପ୍ରତିନିଧି, କଟକ ମହାନଗର ପୂଜା କମିଟି ସମ୍ପାଦକଙ୍କ ସମେତ ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦ, ପୁଲିସ ପ୍ରଶାସନ, ଜିଲା ପ୍ରଶାସନ ଓ କଟକ ମହାନଗର ନିଗମ, ସମ୍ବାଦପତ୍ର ଓ ଗଣ-ମାଧ୍ୟମର ପ୍ରତିନିଧି, ଶାନ୍ତି କମିଟି ଓ ସମସ୍ତ ପୂଜା କମିଟିର କର୍ମକର୍ତାଙ୍କ ସମେତ ମହାନଗରର ଅଗଣିତ ଜନସାଧାରଣଙ୍କୁ କମିଟି ପକ୍ଷରୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Leave a Reply

Your email address will not be published. Required fields are marked *