ଯାଜପୁର,୧୫/୦୭/୨୦୨୫ (ଓଡ଼ିଶା ସମାଚାର)- ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ, ଯାଜପୁର ଏବଂ ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ, ଯାଜପୁର ଦ୍ଵାରା ସ୍ଥାନୀୟ ବରୁଆଁ ସ୍ଥିତ ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ, ଯାଜପୁର ଠାରେ ବିଶ୍ଵ ଯୁବ ଦକ୍ଷତା ଦିବସ ପାଳନ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଯୁଧିଷ୍ଟିର ନାୟକ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଏବଂ ଶ୍ରୀଯୁକ୍ତ ସୁଶାନ୍ତ କୁମାର ନାୟକ, ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଏବଂ ଶ୍ରୀଯୁକ୍ତ ପଦ୍ମଚରଣ ସେଠୀ, ଅଧକ୍ଷ ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ ଯୋଗଦାନ ଦେଇଥିଲେ।

ଏହି ଅବସର ରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନାୟକ ନିଯୁକ୍ତି ଭିତ୍ତିକ ତାଲିମ୍ କାର୍ଯ୍ୟକ୍ରମ ରେ ତାଲିମ୍ ନେଇଥିବା ଯୁବକ ଯୁବତି ମାନଙ୍କୁ ନିଯୁକ୍ତି ପତ୍ର ଏବଂ ପ୍ରମାଣ ପତ୍ର ପ୍ରଦାନ କରିବା ସହ ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ ଦ୍ଵାରା ହୋଇଥିବା କୁଇଜ୍ ଏବଂ ବକ୍ତୃତା ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ସହ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ତିଆରି ହୋଇଥିବା ପ୍ରୋଜେକ୍ଟ ଏବଂ ମଡେଲ ଗୁଡ଼ିକୁ ଦେଖି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ।
କାର୍ଯ୍ୟକ୍ରମ ପରେ ଅତିରିକ୍ତ ଜିଲ୍ଲାପାଳ ଜିଲ୍ଲା ଦକ୍ଷତା ବିକାଶ ସମ୍ପ୍ରସାରଣ କେନ୍ଦ୍ର କୁ ଯାଇ ସେଠାରେ ସ୍ୱଳ୍ପ କାଳୀନ ନିଯୁକ୍ତି ଭିତ୍ତିକ ତାଲିମ୍ ର ପିଲାମାନଙ୍କୁ ଦକ୍ଷତା ବିକାଶ ତାଲିମ୍ ର ମୂଳ ଉଦ୍ଦେଶ୍ୟ ବିଷୟ ରେ ଜଣାଇଥିଲେ।
ଏହି କାର୍ଯ୍ୟକ୍ରମ କୁ ରାକେଶ କୁମାର ନାୟକ, ରଞ୍ଜନ କୁମାର ଜେନା, ସ୍ବାଗତ ସାହୁ, ବିଭୂତି ଭୂଷଣ ଆଇଚ, ରିଙ୍କି ବେହେରା ପ୍ରମୁଖ ଆୟୋଜନ କରିଥିବା ବେଳେ ସରକାରୀ ଶିଳ୍ପ ଅନୁଷ୍ଠାନ ର ଅନ୍ୟ ପ୍ରଶିକ୍ଷକ ମାନେ ସହଯୋଗ କରିଥିଲେ।
